ଅପରାଧ

ଟଙ୍କା ପାଇଁ ୯ବର୍ଷର ବାଳକକୁ ହତ୍ୟା! – Ibnodisha

[ad_1]

ନୂଆଦିଲ୍ଲୀ: ୯ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ଡ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା । ଗତ ରବିବାର ଦିନ ଏପରି ଭୟଙ୍କର ଘଟଣା ଘଟିଯାଇଛି । ପୋଲିସ ସୂଚନା ଅନୁସାରେ, ସଲମାନ ମୌଲବୀକୁ ଘର ତିଆରି କରିବା ପାଇଁ ଟଙ୍କା ଦରକାର ଥିଲା । ଏଣୁ ନିକଟରେ ରହୁଥିବା ୯ ବର୍ଷର ବାଳକ ଇବାଦକୁ ଅପହରଣ କରିବା ପାଇଁ ଯୋଜନୀ ପ୍ରସ୍ତୁତ କଲା । ମୁଣ୍ଡ ଜାମିନ ବାବଦକୁ ସେ ୨୩ ଲକ୍ଷ ଟଙ୍କା ମାଗିଥିଲା । ଘର ତିଆରି ପାଇଁ ଅପହରଣ ସହ ଟଙ୍କା ମାଗିଥିଲା ବୋଲି ପୋଲିସ କହିଛି । ଇବାଦ୍ ସନ୍ଧ୍ୟା ପ୍ରାର୍ଥନା ପରେ ଘରକୁ ଫେରିବା ବେଳେ ହିଁ ଅପହରଣ କରିନେଇଥିଲା ସଲମାନ ।

ଅନ୍ୟପଟେ ଇବାଦ ଘରେ ନପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପରେ ଏକ ଅଜଣା ନମ୍ବରରୁ ଇବାଦଙ୍କ ବାପାଙ୍କ ନିକଟକୁ ପୁଅର ମୁକ୍ତି ପାଇଁ କଲ୍ ଆସିଥିଲା । ଅଭିଯୁକ୍ତ ଜଣକ ୨୩ ଲକ୍ଷ ଟଙ୍କା ବଦଳରେ ପୁଅକୁ ଛାଡ଼ିବ ବୋଲି କହିଥିଲା । କିନ୍ତୁ କୌଣସି ସୂଚନା ବିନା କଲ୍ ଟି କଟିଯାଇଥିଲା । ପରେ ଏନେଇ ସ୍ଥାନୀୟ ଲୋକେ ଓ ପୋଲିସ ଜାଣିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଗତ ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ସୋମବାର ଅପରାହ୍ନରେ ପୋଲିସ ସଲମାନକୁ ଟାର୍ଗେଟ କରିଥିଲା । ସଲମାନର ବାସଭବନ ଉପରେ ମଧ୍ୟ ନଜର ରଖିଥିଲା ପୋଲିସ । ପରେ ସେମାନେ ଶିଶୁର ମୃତଦେହ ଏକ ଅଖା ଭିତରୁ ପାଇଥିଲେ । ଅପହରଣର କାରଣ ଜାଣିବା ପରେ ପୁଣି କାହିଁକି ହତ୍ୟା କରାଗଲା, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button