IBN ଓଡ଼ିଶା ବ୍ୟୁରୋ

ଆପଣାନ୍ତୁ ଏହି ଦମଦାର ଟିପ୍ସ, ଖାଇବା ପରେ କରନ୍ତୁ ଏହି କାମ ସର୍ବଦା ରହିବେ ଫିଟ୍

ଆଜିକାଲିର ଖାଦ୍ୟ ପଦାର୍ଥ ଓ ଜୀବନ ଶୈଳୀ ଯୋଗୁଁ ନାନା ପ୍ରକାର ରୋଗ ହୋଇଥାଏ, କାରଣ ଫିଜିକାଲି ଆକ୍ଟିଭ୍ ରହିବାକୁ ଲୋକଙ୍କ ପାଖରେ ଟାଇମ୍ ର ଅଭାବ ଯାହା ଫଳରେ ଜଲ୍ଦି ଅସୁସ୍ଥ ହୋଇ ପଡନ୍ତି ଆଜି କାଳର ଲୋକେ, ସାମାନ୍ୟ ଥଣ୍ଡା, କାଶରୁ ଆରମ୍ଭ କରି କର୍କଟ ରୋଗର ଶିକାର ହୁଅନ୍ତି।

ତେଣୁ ସୁସ୍ଥ ରହିବା ପାଇଁ ଫିଜିକାଲି ଆକ୍ଟିଭ୍ ରହିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ବିଶେଷକରି ଖାଦ୍ୟ ଖାଇବା ପରେ I ଅଧିକାଂଶ ଲୋକ ଖାଇବା ପରେ ତୁରନ୍ତ କାମ କରିବା ଆରମ୍ଭ କରନ୍ତି କିମ୍ବା ଶୋଇବାକୁ ଯାଆନ୍ତି। ଏହି କାରଣରୁ ଖାଦ୍ୟ ଭଲ ଭାବରେ ହଜମ ହୁଏ ନାହିଁ I ଯେଉଁଥୁପାଇଁ ଆପଣଙ୍କ ହଜମ ପ୍ରକ୍ରିୟା ଦୁର୍ବଳ ହେବାକୁ ଲାଗେ।

ତେଣୁ ଯଦି ଆପଣ ସର୍ବଦା ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ନିଜ ପାଇଁ ୨୦ ମିନିଟ୍ ବାହାର କରନ୍ତୁ । ଏହି ସମୟ ମଧ୍ୟରେ ନିଜକୁ ସକ୍ରିୟ ରଖନ୍ତୁ । ଆସନ୍ତୁ ଜାଣିବା ଆପଣ ନିଜକୁ କିପରି ଫିଟ୍ ରଖିପାରିବେ।

ଏହା ଛଡା ମେଦବହୁଳତା ଅନେକ ବିପଜ୍ଜନକ ରୋଗର ମୂଳ। ଯେତେବେଳେ ଶରୀରର ଓଜନ ବଢ଼େ, ଏହା ହୃଦୟରୁ କିଡନୀ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ କରେ। ବର୍ଦ୍ଧିତ ପେଟର ଚର୍ବି ମଧ୍ୟ ଇନସୁଲିନ୍ ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ତେଣୁ ନିଜକୁ କିପରି ଫିଟ୍ ରଖିବେ ଆସନ୍ତୁ ଜାଣିବା…

ଚାଲିବା :

ଚାଲିବା ମଧ୍ୟ ଏକ ପ୍ରକାର ଏକ୍ସରସାଇଜ୍ । ଏହା ଦ୍ବାରା ଆପଣ ଫିଜିକାଲି ଆକ୍ଟିଭ ରହିବେ। ସେଥିପାଇଁ ଖାଦ୍ୟ ଖାଇବା ପରେ ଚାଲିବାକୁ ସର୍ବଦା ପରାମର୍ଶ ଦିଆଯାଇଥାଏ । ଖାଦ୍ୟ ଖାଇବା ପରେ ଚାଲିବା ଦ୍ବାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ । ହଜମ ପ୍ରକ୍ରିୟା ଉପରେ ଅଧିକ ଚାପ ପଡେ ନାହିଁ । ଖାଦ୍ୟ ଖାଇବା ପରେ ଚାଲିବା ଦ୍ବାରା ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଏଡାଯାଇପାରିବ । ସେଥ‌ିପାଇଁ ଖାଦ୍ୟ ଖାଇବା ପରେ ଆପଣ ପ୍ରତିଦିନ ୧୫ ମିନିଟ ଚାଲିବା ଆବଶ୍ୟକ।

ଆଡମିଣ୍ଟାଇନ୍ ପୋଜ୍

ଖାଦ୍ୟ ଖାଇବା ପରେ ଆପଣ ଆଡମିଣ୍ଟାଇନ୍ ପୋଜରେ ମଧ୍ୟ ବସିପାରିବେ । ଆଡମିଣ୍ଟାଇନ୍ ପୋଜରେ ବସିବା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ । ଭୋଜନ ପରେ ଏହା ସର୍ବୋତ୍ତମ ବ୍ୟାୟାମ ବୋଲି ବିବେଚନା କରାଯାଏ ।

ସୁଖାସନ :

ଆପଣ ସୁଖାସାନରେ ବସି ଖାଦ୍ୟ ହଜମ କରିପାରିବେ । କିନ୍ତୁ ଖାଇବା ପରେ କେବଳ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ସୁଖାସାନରେ ବସିବା ଉଚିତ । ଏହା ପରେ ଚାଲିବା ଉଚିତ୍। ଏହା କରିବା ଦ୍ବାରା ଆପଣଙ୍କ ଶରୀରରେ ଶକ୍ତି ସ୍ତର ବୃଦ୍ଧି ପାଇଥାଏ ଏବଂ ଆପଣ ସର୍ବଦା ସକ୍ରିୟ ରହିବେ । ଏହା ବ୍ୟତୀତ ଆପଣ ପେଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button