ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କିନ୍ତୁ ଏହି ସବୁ ଖାଦ୍ୟ ସହ ଭୁଲ୍ରେ ଖାଆନ୍ତୁନି, ଖାଇଲେ…
ଅମୃତଭଣ୍ଡା ଏପରି ଏକ ଫଳ, ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ କିନ୍ତୁ ଅନେକ ଲୋକ ଏହା ଜାଣି ନଥିବେ ଯେ ଅମୃତଭଣ୍ଡା ସହ କେଉଁ ସବୁ ଜିନିଷ ଖାଇଲେ କଣ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା…
ଭଣ୍ଡା ସହ ଦହି: କେବେ ବି ଭୁଲ୍ ବସତଃ ପାଚିଲା ଭଣ୍ଡା ସହ ଦହି ଖାଆନ୍ତୁ ନାହିଁ । ଦହିର ପ୍ରକୃତି ଥଣ୍ଡା ହୋଇଥିବା କାରଣରୁ ଏହାଦ୍ୱାରା ସର୍ଦ୍ଦି, ଥଣ୍ଡା, କାଶ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଯଦି ଆପଣ ଦୁଇଟି ଯାକ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଭଣ୍ଡା ଖାଇବାର ଅତି କମ୍ରେ ୧ ଘଣ୍ଟା ପରେ ହିଁ ଦହି ଖାଆନ୍ତୁ ।
ଭଣ୍ଡା ସହ କମଳା: ଆୟୁର୍ବେଦ ଅନୁଯାୟୀ ଭଣ୍ଡା ଓ କମଳା ପରସ୍ପର ବିପରୀତ ଧର୍ମୀ । ପାଚିଲା ଭଣ୍ଡାର ସ୍ବାଦ ମିଠା ହୋଇଥିବା ବେଳେ କମଳାର ସ୍ବାଦ ଖଟା ହୋଇଥାଏ । ଏହା ଶରୀର ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ । ଏହି ଦୁଇଟି ଫଳକୁ ଏକା ସାଙ୍ଗରେ ଖାଇଲେ ଶରୀରରେ ଟକ୍ସିନ୍ ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଡାଇରିଆ, ବଦହଜମୀ ଭଳି ସମସ୍ୟା ଭୋଗିବାକୁ ପଡ଼ିପାରେ ।
ପାଚିଲା ଭଣ୍ଡା ସହ କ୍ଷୀର: ପାଚିଲା ଭଣ୍ଡା ସହ କ୍ଷୀର ପିଇବାକୁ ବାରଣ କରାଯାଇଛି । ଆପଣ କ୍ଷୀର ସହ ଭଣ୍ଡା ଖାଇଲେ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଭୋଗି ପାରନ୍ତି । ଯଦି ଆପଣ ଦୁଇଟି ଯାକ ଖାଇବାକୁ ଇଛା କରୁଛନ୍ତି ତେବେ ଏହି ଖାଦ୍ୟ ଖାଇବା ମଧ୍ୟରେ ଅତି କମ୍ରେ ୩୦ ମିନିଟ୍ର ବ୍ୟବଧାନ ରଖନ୍ତୁ ।
ପାଚିଲା ଭଣ୍ଡା ସହ ଲେମ୍ବୁ: ବିଶେଷଜ୍ଞଙ୍କ ମୁତାବକ ପାଚିଲା ଭଣ୍ଡା ସହ ଲେମ୍ବୁ ଦେହ ପାଇଁ ହାନୀକାରକ । ଅନେକ ଲୋକ ଏଥିପ୍ରତି ଅବଗତ ନଥାନ୍ତି । ଏଣୁ, ପାଚିଲା ଭଣ୍ଡା ସାଲାଡ୍ ତିଆରି କରି ଖାଇଥାଆନ୍ତି । ଏଭଳି କରିବା ଦ୍ୱାରା ଶୀରର ପାଚନ ତନ୍ତ୍ରରେ ବିପରୀତ କ୍ରିୟା ସୃଷ୍ଟି ହୋଇଥାଏ । ରକ୍ତ ସମ୍ବନ୍ଧୀୟ ସମସ୍ୟା ବି ଏଥିରୁ ହୋଇଥାଏ । ଏଣୁ ପାଚିଲା ଭଣ୍ଡାରେ ଲେମ୍ବୁ କେବେ ବି ପକାଇବା କଥା ନୁହେଁ ।
ପାଚିଲା ଭଣ୍ଡା ସହ ମସ୍କମେଲନ ଓ କଲରା: ପାଚିଲା ଭଣ୍ଡା ସହ ମସ୍କମେଲନ ଖାଇବା ଦେହ ପାଇଁ ଅତ୍ୟନ୍ତ ହାନୀକାରକ । ଭଣ୍ଡାରେ ପାଣି ଅଧିକ ଥିବାରୁ ଏହା ଶରୀରକୁ ହାଇଡ୍ରେଟ୍ କରି ରଖିଥାଏ । ଅପରପକ୍ଷରେ ମସ୍କମେଲନ ପାଚିଲା ଭଣ୍ଡା ବିପରୀତ ଧର୍ମୀ । ଏହା ଶରୀରରୁ ପାଣି ଅବଶୋଷିତ କରିଥାଏ ।