ରାଜ୍ୟ

ବାଇକ୍‌କୁ ପିଟିଲା ଟ୍ରକ୍‌; ମା’ ମୃତ, ପୁଅ ଗୁରୁତର – Ibnodisha

[ad_1]

ବୌଦ୍ଧ: ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମା ଓ ପୁଅ ଏକ ବାଇକରେ ଡାକ୍ତରଖାନା ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ମରଣ ସହ ସଂଘର୍ଷ କରୁଛି ପୁଅ । ମୃତା ମହିଳା ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ (୬୦) । ଏହି ଦୁର୍ଘଟଣାରେ ତାଙ୍କ ପୁଅ ସୁଜିତ୍ ପ୍ରଧାନ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଗୁରୁବାରୀଙ୍କ ଦେହ କିଛି ଦିନ ହେବ ଅସୁସ୍ଥ ରହୁଥିବାରୁ ସୁଜିତ ଚିନ୍ତିତ ରହୁଥିଲେ ।

ଏଥିପାଇଁ ଆଜି ସକାଳେ ସୁଜିତ ମା’ଙ୍କୁ ବାଇକ୍ ଯୋଗେ ବୌଦ୍ଧ ହସ୍ପିଟାଲ ଆଣୁଥିଲେ । ମା’ଙ୍କୁ ଡାକ୍ତର ଦେଖାଇ ମେଡିସିନ ଧରି ଘରକୁ ଫେରିଥାନ୍ତେ ବୋଲି ଭାବିଥିଲେ । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ମହାନଦୀ ବ୍ରିଜ ଉପରେ ପଛରୁ ଆସୁଥିବା ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୌଦ୍ଧ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଗୁରୁବାରୀଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ସୁଜିତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button