IBN ଓଡ଼ିଶା ଏକ୍ସକ୍ଲୁସିଭ୍

କ’ଣ ଆପଣ ଉଚ୍ଚ ସ୍ଥାନରୁ ତଳକୁ ଖସିବାର ସ୍ବପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଏହାର ଅର୍ଥ କଣ

ବନ୍ଧୁଗଣ କଣ ଆପଣଙ୍କୁ ରାତିରେ ଶୋଇବା ପରେ ଉଚ୍ଚତାରୁ ତଳକୁ ଖସି ଯିବାର ସ୍ବପ୍ନ ଆସେ? କଣ ଆପଣ ଏହି ସ୍ୱପ୍ନର ଅର୍ଥ ଜାଣନ୍ତି? ଆଜି ଆମେ ଆପଣଙ୍କୁ ସେହି ପ୍ରଶ୍ନର ଉତ୍ତର କହିବାକୁ ଯାଉଛୁ। ରାତିରେ ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିଛି ସ୍ବପ୍ନ ଅତ୍ୟନ୍ତ ସୁନ୍ଦର ହୋଇଥାଏ ତ ଆଉକିଛି ସ୍ବପ୍ନ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ବେଳେବେଳେ ଆମେ ନିଜ ସ୍ୱପ୍ନରେ କୌଣସି ଉଚ୍ଚ ସ୍ଥାନରୁ ତଳକୁ ଖସୁଥିବାର ଦୃଶ୍ୟ ଦେଖିଥାଉ। ଏଭଳି ସ୍ବପ୍ନ ଦେଖିବାର ଅର୍ଥ ସ୍ବପ୍ନ ଶାସ୍ତ୍ରରେ ସଠିକ ରୂପରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା କିଛି ଏଭଳି ସ୍ବପ୍ନ ବିଷୟରେ, ଯାହାକୁ ଦେଖିବାର ଅର୍ଥ କଣ ହୋଇଥାଏ?

୧/ ନିଜକୁ ଆକାଶରୁ ଖସୁଥିବାର ଦେଖିବା :-

ଅନେକ ସମୟରେ ଆମେ ନିଜକୁ ଆକାଶରୁ ତଳକୁ ଖସୁ ଥିବାର ଦେଖି ଥାଉ।ସ୍ବପ୍ନ ଶାସ୍ତ୍ର ଅନୁସାରେ ଏଭଳି ସ୍ବପ୍ନ ଦେଖିବାକୁ ଅଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତରେ କୌଣସି ବିପତ୍ତିର ସାମ୍ନା କରିବାକୁ ପଡିପାରେ।

୨/ ଘୋଡ଼ା ଉପରୁ ତଳକୁ ଖସିବାର ଦେଖିବା :-

ଯଦି ଆପଣ ନିଜ ସ୍ୱପ୍ନରେ ଘୋଡା ଉପରୁ ତଳକୁ ଖସୁଥିବାର ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କର ଆର୍ଥିକ ପରିସ୍ଥିତି ଶୋଚନୀୟ ହେବାର ସମ୍ଭାବନା ରହିଛି। ଏହାସହିତ ଶାରୀରିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।

୩/ ନିଜକୁ ପାହାଡ଼ରୁ ତଳକୁ ଖସୁଥିବାର ଦେଖିବା :-

ଅନେକ ସମୟରେ ଆପଣ ନିଜକୁ କୌଣସି ଉଚ୍ଚତା ବିଶିଷ୍ଟ ପାହାଡ଼ରୁ ଖସୁ ଥିବାର ଦେଖନ୍ତି, ତାହା ଅତ୍ୟନ୍ତ ଅଶୁଭ ଅଟେ। ଏଭଳି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଆୟରେ ଗ୍ରାସ ହୋଇପାରେ। ଏହାସହିତ ଘରର ପରିସ୍ଥିତି ଶୋଚନୀୟ ହେବାକୁ ଲାଗେ।

୪/ କୌଣସି ଅଜଣା ସ୍ଥାନରୁ ତଳକୁ ଖସିବା :-

ଆପଣ ଶୋଇ ଥିବା ସମୟରେ ଯଦି କୌଣସି ଅଜଣା ସ୍ଥାନରୁ ତଳକୁ ଖସୁ ଥିବାର ଦେଖନ୍ତି, ତାହେଲେ ଆପଣ କୌଣସି ସମସ୍ୟାରେ ପଡ଼ି ପାରନ୍ତି। ଏହି ସ୍ବପ୍ନ ସଂକେତ ଦେଇଥାଏ କି ଆସୁଥିବା ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button