IBN ଓଡ଼ିଶା ବ୍ୟୁରୋ

ଅଧିକ ଧନବାନ ହେବାକୁ ଚାହୁଁଥିଲେ, ଘରେ ରଖନ୍ତୁ ଏହି ୪ ଗୋଟି ଜିନିଷ । ହେବ ଧନର ବର୍ଷା

ଆଜିକାଲି ଦୁନିଆରେ ବଞ୍ଚିବା ପାଇଁ ସବୁଠାରୁ ଜରୁରୀ ହେଉଛି ଟଙ୍କା। ଆମେ ସମସ୍ତେ ଜାଣିଛନ୍ତି କି ସ୍ବାସ୍ଥ୍ୟ, ସମ୍ପଦ, ବାସଗୃହ, ବସ୍ତ୍ର ଏହିସବୁ ମଣିଷ ପାଇଁ ବହୁତ ଜରୁରୀ ଅଟେ। କିନ୍ତୁ ଆଜିକାଲି ଅର୍ଥକୁ ବହୁତ ଗୁରୁତ୍ୱ ଦିଆଯାଉଛି, କାରଣ ଅର୍ଥ ରହିଲେ ବ୍ୟକ୍ତି ସୁଖ ଓ ଆରମରେ ଜୀବନ ଅତିବାହିତ କରି ପାରିବ। ସମସ୍ତେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। କିଛି ଲୋକେ ଅଳ୍ପ ପରିଶ୍ରମରେ ଧନୀ ହୋଇ ଯାଇଥାନ୍ତି।

ଆଉକିଛି ଲୋକେ କଠିନ ପରିଶ୍ରମ କରିବା ପରେ ମଧ୍ୟ ତାଙ୍କ ପାଖରେ ଅର୍ଥ ସଞ୍ଚୟ ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବେଳେବେଳେ ଘରର ବାସ୍ତୁ ଦୋଷ କାରଣରୁ ମଧ୍ୟ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ। ଯାହାକୁ ରଖିବା ଦ୍ଵାରା ଆପଣଙ୍କର କେବେବି ଧନର ଅଭାବ ହେବ ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଘୋଡାର ନାଲ :-

ଘରର ମୁଖ୍ୟ ଦୁଆର ବନ୍ଧରେ ଘୋଡାର ନାଲରେ ଲେମ୍ବୁ ଓ ଲଙ୍କା ଲଗାଇ ଟାଙ୍ଗି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରକୁ କେବେବି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ଘରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ। ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

ୱିଣ୍ଡ ଚାଇମ :-

ଘରେ ଏହାକୁ ଲଗାଇବା ଦ୍ଵାରା ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ। ଏହାର ସିଧା ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ।ଏହାର ଧ୍ବନିରେ ଘରର ସମସ୍ତ ନକାରାତ୍ମକ ଶକ୍ତି ଏବଂ ବାସ୍ତୁ ଦୋଷ ଦୂର ହୋଇଯାଏ। ଏହାସହିତ ଘର ଉପରେ ସର୍ବଦା ଦେବୀ ଓ ଦେବତା ମାନଙ୍କର ଆଶୀର୍ବାଦ ରହିଥାଏ।

ଚାଇନିଜ ମୁଦ୍ରା :-

ଯଦି ତିନି ଗୋଟି ଚାଇନିଜ ମୁଦ୍ରାକୁ ରିବନରେ ବାନ୍ଧି ଘରେ ରଖାଯାଏ, ତାହେଲେ ନିଶ୍ଚିତ ଭାବରେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଏହି ତିନୋଟି ମୁଦ୍ରାକୁ ତ୍ରିଭୁବନର ପ୍ରତୀକ ବା ତିନି ଜଣ ଦେବୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ଏହା ଘରେ ଏହି ବହୁତ ଶୁଭ ହୋଇଥାଏ।

ଲାଫିଙ୍ଗ ବୁଦ୍ଧ :-

ଘରେ ସୁଖଶାନ୍ତି ଏବଂ ଧନ ବୃଦ୍ଧି ହେବା ପାଇଁ ଘରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖିବା ଶୁଭ ମାନା ଯାଇଥାଏ। ଏହି ମୂର୍ତ୍ତି ଆପଣଙ୍କ ଘରେ ରହିଲେ, ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।ଏହାସହିତ ପରିବାରରେ ସର୍ବଦା ହସଖୁସିର ମାହୋଲ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button