ରାଜ୍ୟ

ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି – Ibnodisha

[ad_1]

ଭୁବନେଶ୍ୱର: ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ଜଟଣୀ ଠାରେ ନିର୍ବାଚନ ପ୍ରଚାର କରିବା ଆଳରେ ଛୋଟ ପିଲାମାନଙ୍କ ବେକରେ ଦଳୀୟ ପତାକା ପକାଇ ଓ ମୁଣ୍ଡରେ ଟୋପି ପିନ୍ଧାଇ ସେମାନଙ୍କୁ ରାଲିରେ ସାମିଲ କରାଇଥିଲେ ।

ଏହା ନିର୍ବାଚନ କମିଶନଙ୍କ ଆଚରଣ ଵିଧିକୁ ଉଲଘଂନ କରୁଛନ୍ତି । ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି ୪୦/୪୨ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଛୋଟ ପିଲାମାନଙ୍କୁ ଏମିତି ବ୍ୟବହାର କରିବା ବିଜେପିର ସାଂସଦ ପ୍ରାର୍ଥୀଙ୍କ ପାଇଁ କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାସହ ଫଟୋ ଓ ଭିଡିଓ ନିର୍ବାଚନ କମିଶନ ପାଖରେ ଦେଇ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛୁ ବୋଲି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button