ଶରୀର ଦେଖାଉ ଥିବା କିଛି ଲକ୍ଷଣ – ଜାଣି ରଖନ୍ତୁ

ଶରୀରରେ କୌଣସି ରୋଗର ଆରମ୍ଭ ହେବା ଆଗରୁ ଶରୀର ତରଫରୁ ସଚେତନ କରାଇବା ପାଇଁ ବହୁତ୍ ଲକ୍ଷଣ ଦେଖା ଯାଇଥାଏ । ଏହି ଲକ୍ଷଣ ଗୁଡ଼ିକ ବେଳେବେଳେ ଏହି ଲକ୍ଷଣ ଗୁଡ଼ିକ ଅଧିକ ସମୟ ରହିଥିବା ବେଳେ ଖୁବ୍ ଶୀଘ୍ର ଭଲ ମଧ୍ୟ ହୋଇଯାଏ ତେଣୁ ଏହି ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ କାରଣ ଏହି ଲକ୍ଷଣ ଗୁଡ଼ିକ କୌଣସି ବଡ଼ ରୋଗର ମଧ୍ୟ ହୋଇପାରେ ।ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଗୁଡ଼ିକ ବିଷୟରେ ।
୧- ଯଦି ଆପଣଙ୍କ ଶରୀରର ଅଣ୍ଟା ,ହାତ , ଏବଂ ଗୋଡ଼ ଆଦିରେ ଯନ୍ତ୍ରଣା ଦେଖା ଦେଇଥାଏ ଆପଣଙ୍କ ମାଂସ ପେଶି ରେ ମଧ୍ୟ ଦରଜ ହୋଇଥାଏ ଏବଂ କେଶ ଝଡୁଥାଏ ,ନିଦ ଠିକ ଭାବରେ ଆସୁ ନଥାଏ ତାହାଲେ ଆପଣଙ୍କ ଶରୀରରେ ପୋଟାସିୟମ ,ଏବଂ ମ୍ୟାଗ୍ନେଶୀୟମ ଭଳି ଉପାଦାନ ଗୁଡ଼ିକର ଅଭାବ ଦେଖା ଯାଇଥାଏ ।
୨- ଯଦି ଆପଣଙ୍କୁ ଥଣ୍ଡା ହୋଇଥାଏ ,କାଶ ବାରମ୍ବାର ହୋଇଥାଏ ଆପଣଙ୍କ ପାଚନ ତନ୍ତ୍ର ଗୁଡିକରେ ସମସ୍ୟା ସୃଷ୍ଟି ହୋଇଥାଏ ପାଗ ଟିକେ ବଦଳୁଛି କି ନାହିଁ ଆପଣଙ୍କ ଶରୀରରେ ରୋଗ ସୃଷ୍ଟି ହୋଇଥାଏ ତାହାଲେ ଆପଣଙ୍କ ଶରୀରରେ ଯିଙ୍କ ଉପାଦାନ ର ଅଭାବ ରହିଥାଏ ।
୩- ଯଦି ଆପଣଙ୍କ ମୁଣ୍ଡ ବାରମ୍ବାର ବିନ୍ଧୁଥାଏ ,ମୁହଁର ରଙ୍ଗ ଫିକା ପଡ଼ି ଯାଉଛି ଏବଂ ଶରୀରର ଚର୍ମ ଗୁଡ଼ିକ ହଳଦିଆ ପଡ଼ି ଯାଉଛି ତାହାଲେ ଆପଣଙ୍କ ଶରୀରରେ ଭିଟାମିନ ବି ୧୨ ର ଅଭାବ ଦେଖା ଯାଉଛି।
୪- ବୁଢ଼ା ଅବସ୍ଥାରେ ଆଣ୍ଠୁ ଗଣ୍ଠି ରେ ଦରଜ ମାଂସ ପେଶି ଗୁଡିକରେ ଦେଖାଯିବା ସ୍ବାଭାବିକ କଥା କିନ୍ତୁ ଯଦି ଏହି ସମସ୍ୟା ଯୁବ ଅବସ୍ଥାରେ ଦେଖା ଯାଉଛି ତାହାଲେ ଆପଣଙ୍କ ଶରୀରରେ ଭିଟାମିନ ଡି ୩ ର ଅଭାବ ଦେଖା ଯାଇଥାଏ ।
ଲୋକମାନେ ଏହି ସବୁ ଲକ୍ଷଣ ଶରୀରରେ ଦେଖା ଗଲେ ମଧ୍ୟ ସେମନୀହକୁ ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ ଯାହା ଫଳରେ ଏହା ଭବିଷ୍ୟତରେ ବଡ଼ ଏବଂ ଭୟଙ୍କର ରୋଗ ହୋଇପାରେ ତେଣୁ ଏହି ବିଷୟରେ ସଚେତନ ହେବା ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ପୋଷାକ ତତ୍ଵ ଅଭାବ ରହିଥାଏ ତାହାଲେ ଆପଣ ଔଷଧ ଦ୍ଵାରା ଯନ୍ତ୍ରଣା ଏହାକୁ ପୂରଣ କରି ପାରିବେ ନାହିଁ ଯଦି ଆପଣଙ୍କ ଶରୀରରେ କୌଣସି ରୋଗ ହୋଇଥାଏ
ତାହାଲେ ଆପଣ ଏହାକୁ ପୋଷକ ତତ୍ତ୍ୱ ଦ୍ଵାରା ଭଲ ହେବ ନାହିଁ ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା ଜିନିଷ ଯାହା ପାଇଁ ଭିନ୍ନ ଭିନ୍ନ ଉପଚାର ଆବଶ୍ୟକ । ଯଦି ଆପଣ ନିଜର ସ୍ବାସ୍ଥ୍ୟ କୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତାହାଲେ ଆପଣ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଔଷଧୀୟ ଜିନିଷ ଖାଇ ପାରିବେ କିନ୍ତୁ ଏହା ସବୁ ଆପଣ ଡାକ୍ତରଙ୍କ ପରାମର୍ଶ ରେ କରିବା ଉଚିତ ।