IBN ଓଡ଼ିଶା ବ୍ୟୁରୋ

ଚଉଠି ରାତିରେ ସ୍ୱାମୀ ଶାରୀରିକ ସମ୍ବନ୍ଧ କରିବାକୁ ମନା କରିବାରୁ ସ୍ତ୍ରୀ ସମ୍ଭାଳି ପାରିଲାନି ନିଜକୁ, କରିଦେଲା ଏମିତି କାମ

ବାହାଘର ପରେ ହଙ୍ଗାମା । ଚଉଠି ରାତି କରିବାକୁ ମନା କରିଦେଲେ ସ୍ଵାମୀ । ସ୍ୱାମୀର ଏପରି ବ୍ୟବହାର ଦେଖି ସ୍ତ୍ରୀ ପଡ଼ିଥିଲେ ଦ୍ବନ୍ଦରେ । ହେଲେ ପରେ ସତ କଥା ଜାଣିବା ପରେ କଥା ଏବେ ପହଞ୍ଚିଛି ଥାନାରେ । ଯାହାର ତଦନ୍ତ ଆରମ୍ଭ କରି ଦେଇଛି ପୋଲିସ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ।

କଥାଟି ଉତ୍ତରପ୍ରଦେଶ ରାଜ୍ୟର ଆଗ୍ରାର ପିନାହ ଥାନା ଅନ୍ତର୍ଗତ ଏକ ଅଞ୍ଚଳର । ଭଦ୍ରାଉଲା ଅଞ୍ଚଳର ଏକ ଝିଅର ବାହଘର ଗାଜିଆବାଦର ଏକ ପରିବାରରେ କରାଯାଇଥିଲା । ବାହାଘର ପରେ କିନ୍ତୁ ସ୍ଵାମୀ ଚଉଠିରେ ନିଜ ସ୍ତ୍ରୀ ସହିତ କୌଣସି ସମ୍ପର୍କ ରଖି ନ ଥିଲେ । ପ୍ରଥମ ଥର ସ୍ତ୍ରୀଟି କିଛି ବୁଝି ପାରି ନ ଥିଲା । ତେଣୁ କରି ଚୁପ୍ ରହିଥିଲା ସେ । ହେଲେ ସ୍ବାମୀଙ୍କର ପ୍ରତିଦିନ ସ୍ତ୍ରୀକୁ ଅଣଦେଖା କରିବା ପରେ ସ୍ତ୍ରୀ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ । ଯାହା ପରେ ସେ ନିଜ ନଣନ୍ଦଙ୍କୁ ମଧ୍ୟ ସବୁ କଥା କହିଥିଲେ ।

ଶାଶୁ ଘର ଲୋକେ ଓଲଟା ସହଯୋଗ କରିବା ବଦଳରେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ । ଯାହା ଝିଅଟି ଜଣାଇଥିଲେ ନିଜ ପରିବାରରେ । ଘଟଣା ଅତିଶୟ ହେବାରୁ ଝିଅ ଓ ତାର ପରିବାର ଲୋକେ ମିଶି ଥାନାରେ ଏକ ଅଭିଯୋଗ ମଧ୍ୟ ଆଣିଥିଲେ ।

ପରେ ଝିଅଟି ନିଜ ସ୍ଵାମୀ ନପୁଂସକ ଜାଣିବା ପରେ ନିଜେ ଯାଇ ଥାନାରେ ଏକ ଲିଖିତ ଅଭିଯୋଗ ପୈଠ କରାଇଥିଲେ । ଉକ୍ତ ଅଭିଯୋଗ ଅନୁସାରେ ଶାଶୁଘର ଲୋକ ତାଙ୍କୁ ବାହାଘର ଦିନ ପର ଠାରୁ ହିଁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିଲେ । ତାଙ୍କୁ ଏକ ବୁଲେଟ ଓ ଦୁଇ ଲକ୍ଷ ଟଙ୍କା ନିଜ ଘରୁ ଆଣିବା ପାଇଁ ବାଧ୍ୟ କରୁଥିଲେ । ଏପଟେ ପୁଣି ସ୍ଵାମୀ ତାଙ୍କୁ ପ୍ରଥମରୁ ସତ କଥା ନ କହି ଶାରିରୀକ ସମ୍ପର୍କ ନ ରଖିବାର ବାହାନା କାଢୁଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button