ରାଜ୍ୟ
ବିପୁଳ ପରିମାଣର ଦେଶୀ ମଦ ଜବତ ; ୪ ଗିରଫ – Ibnodisha

[ad_1]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ହୀରାପଶି ଗାଁରେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ। ହୀରାପଶି ଗାଁରେ ମୋଟ ୧,୩୩୭ ଲିଟର ଦେଶୀ ମହୁଲି ମଦ ଜବତ ହେବା ସହିତ ଜଣଙ୍କ ଘରୁ ୧୩ ପେଟି ବିଅର ବୋତଲ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ହୀରାପଶି ଗାଁରେ ବେଆଇନ ୧,୩୩୭ ଲିଟର ଦେଶୀ ମହୁଲି ମଦ ଜବତ କଲା ଅବକାରୀ ବିଭାଗ। ଏପରିକି ଏହାସହିତ ଜଣଙ୍କ ଘରୁ ୧୩ ପେଟି ବିଅର ବୋତଲ ଜବତ ହୋଇଛି। ଏହି ମାମଲାରେ ୪ ମଦ ମାଫିଆଙ୍କୁ ଗିରଫ କରିଛି ପୋଲିସ। ତେବେ ହୀରାପଶି ଗାଁରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ଚାଲିଥିବାର ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଯୋଜନା ମୁତାବକ ଅବକାରୀ ବିଭାଗ ସେହି ମଦ ପ୍ରସ୍ତୁତ ସ୍ଥାନ ଉପରେ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହାୟତାରେ ଅଚାନକ ଚଢାଉ କରିଥିଲା। ତେବେ ଏ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।
[ad_2]