IBN ଓଡ଼ିଶା ବ୍ୟୁରୋ

କବ୍ଜ ଭଳି ସମସ୍ୟା ସବୁଦିନ ପାଇଁ ହୋଇଯିବ ଶେଷ, ପେଟରେ ଜମା ଆବର୍ଜନା ପାଣି ଭଳି ବାହାରିଯିବ

ଏନେକ ଲୋକ ଜାଣିବାକୁ ଚାହିଁ ଥାନ୍ତି କି କିଛି ଏମିତି ଘରୋଇ ଉପକାର ଅଛିକି ଯାହା ଦ୍ଵାରା ସେମାନଙ୍କ ପେଟ ସମ୍ପୂର୍ଣ ଭାବରେ ସଫା ହୋଇଯିବ । ବହୁ ବର୍ଷ ପୁରୁଣା ମଇଳା ପେଟର ଅନ୍ତରେ ସୁଖୀ ରହିଯାଇଛି ତାହା ଯେମିତି ବାହାରି ପେଟ ପୁରା ସଫା ହୋଇଯିବ ।

ପେଟକୁ ସଫା କରିବା ପାଇଁ ଗୋଟିଏ ଚମତ୍କାରୀ ଘରୋଇ ଉପଚାର ବିଷୟରେ ଜାଣିବା । ଯାହା ଦ୍ଵାରା ଆପଣଙ୍କ ସମ୍ପୂର୍ଣ ପଚନ ତନ୍ତ୍ର ସବୁଦିନ ପାଇଁ ଠିକ ହୋଇଯିବ । ଅନ୍ତ ଠିକସେ କାମ କରିବ, ପେଟରେ ଜମା ହୋଇଥିବା ଟକସିନ ଏବଂ ବିଷକ୍ତ ପଦାର୍ଥ ଶରୀରରେ ଯାହା ପ୍ରିମେଣ୍ଟସନ ହୋଇଯାଇଛି ସେହି ମଇଳା ସମ୍ପୂର୍ଣ ଭାବେ ସଫା ହୋଇଯିବ ।

ଫଳରେ ଠିକସେ ଭୋକ ଲାଗିବ ଏବଂ ପାଚନ ମଧ୍ୟ ଠିକସେ ହୋଇବ । ଆଜି ଯେଉଁ ଘରୋଇ ଉପଚାର ବିଷୟରେ ଆଲୋଚନା କରିବାକୁ ଯାଉଛେ ତାକୁ କେବଳ ଆପଣ ଛୁଟି ଦିନ ମାନଙ୍କରେ କରନ୍ତୁ । ଆପଣଙ୍କ ପାଇଁ ବହୁତ ଭଲ ହେବ । ସକାଳେ ଖାଲି ପେଟରେ ଆପଣ ଏହାକୁ ବ୍ୟବହାର କରନ୍ତୁ । ପ୍ରଥମେ ଆପଣ ଗୋଟିଏ ଗ୍ଲାସ ପାଣି ଗୋଟିଏ ପାତ୍ରରେ ନେଇ ତାକୁ ଗରମ କରନ୍ତୁ । ଏଥିରେ ଦୁଇ ଚାମଚ ପାନ ମହୁରି ପକାନ୍ତୁ ।

ଆପଣ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ସେଇ ପାଣି ଯେତେ ପର୍ଯ୍ୟନ୍ତ ଅଧା ଗ୍ଲାସ ହୋଇନି । ଦେଖନ୍ତୁ ପାଞ୍ଚରୁ ସାତ ମିନିଟ ଫୁଟାଇଲା ପରେ ପାଣି ଆମର ଅଧା ଗ୍ଲାସ ହୋଇଯାଇଛି । ଏବେ ଆପଣ ତାକୁ ଗୋଟିଏ ଗ୍ଲାସକୁ ଛାଣି ନିଅନ୍ତୁ । ଏବଂ ଆପଣ ଏହାକୁ ହଲ୍କା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଯେମିତି ଆପଣ ଏହାର ସେବନ କରିପାରିବେ । ପାଣି ଥଣ୍ଡା ହେଲା ପରେ ଆପଣ ଏଥିରେ ଶେଷ ସାମଗ୍ରୀ ମିଶାନ୍ତୁ ତାହା ଅଟେ କାଷ୍ଟର ଅଏଲ ବା ଜଡା ତେଲ । ଏହା ଆପଣଙ୍କୁ ବଜାରରେ ସହଜରେ ମିଳିଯିବ ।

ଏକ ଚାମଚ ଜଡା ତେଲ ଏଥିରେ ମିଶାନ୍ତୁ । ଏବଂ ଆପଣ ଏହାକି ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାର ସ୍ଵାଦ ଆପଣଙ୍କୁ ଭଲ ନଲାଗି ପାରେ ଆପଣ ଏହାକୁ ନାକ ବନ୍ଦ କରି ପିଇ ଦିଅନ୍ତୁ । ଏହା ଆପଣଙ୍କ ପେଟକୁ ଗଲା ମାତ୍ରେ କେବେବି ରହିବ ନହିଁ, ବାହାରକୁ ବାହାରିବା ପାଇଁ ରାସ୍ତା ଖୋଜିବ । ମାନେ ଆପଣଙ୍କ ଝାଡା ନିଶ୍ଚିତ ହେବ । ଆପଣଙ୍କୁ ଦୁଇରୁ ତିନିଥର ଝାଡା ଲାଗିପାରେ, ଏହା ଆପଣଙ୍କର ପେଟର ସବୁ ମଇଳାକୁ ଚୁମ୍ବକ ଭଳି ବାହାରକୁ ବାହାର କରିଥାଏ । ଆପଣଙ୍କ ଅନ୍ତ ପୁରା ସଫା ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button