ରାଜନୀତି

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସମସ୍ୟାରୁ ବଂଚିତ-କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର:  ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ ଦାଶ ଅଭିଯୋଗ କରିଛନ୍ତି । ଗତ ଏପ୍ରିଲ ୭ ତାରିଖ ଦିନ ଓଟିଭିରେ ପ୍ରସାରିତ କେନ୍ଦୁଝର ସଦର ଅନ୍ତର୍ଗତ ସରଳାପେଣ୍ଠ ଏବଂ ଗୋବିନ୍ଦପୁର ଗ୍ରାମରେ ଜନତା ଚୂଆରୁ ପିଇବା ପାଣି ସଂଗ୍ରହ କରିବାର ଦୃଶ୍ୟ ବିଜେଡି ସରକାରଙ୍କର ଅସଲ ମୁଖା ଖୋଲିଛି ଖାଲି ସେତିକି ନୁହେଁ ପିଇବାପାଣି ଦାବିରେ ବିଭିନ୍ନ ରାସ୍ତା ଅବରୋଧ, ଭୋଟ ବର୍ଜନର ଧମକ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଗୋଟିଏ ସରକାର ୨୫ ବର୍ଷର୍ ଶାସନ କରି ଜନତାଙ୍କୁ ମୌଳିକ ସୁବିଧା ଏମିତିକ ଅତି ଆବଶ୍ୟକ ପିଇବାପାଣି ଯୋଗାଇବାରେ ବିଫଳ ହୋଇଛି । ବିଜେଡ଼ି ବିକାଶ କଥା କହି ଆସୁଛି କିନ୍ତୁ ଓଡ଼ିଶାର କି ପ୍ରକାର ବିକାଶ ହୋଇଛି ତା’ର ବିସ୍ତୃତ ବିବରଣୀ କେବେ ଦିଏ ନାହିଁ । ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ଯେ ଅନେକ ବିକାଶ ସୂଚକାଙ୍କରେ ଓଡ଼ିଶା ଢ଼େର ପଛରେ ଏବଂ ଖରାପ ସୂଚକାଙ୍କରେ ଓଡ଼ିଶା ବହୁ ଆଗରେ ଏହା ହେଉଛି ବିଜେଡ଼ି ସରକାରର ଅସଲ ବିକାଶର ଧାରା ।

ନବୀନ ବାବୁ ବାମ ହାତରେ ନଳରୁ ଜଳ ପିଇବାର ସୁନ୍ଦର ହୋର୍ଡି ଆମ ସମସ୍ତଙ୍କ ନଜରକୁ ଆସିଛି । ଅବୈଧ ଇଲୋକ୍ଟ୍ରୋରଲାର ବଣ୍ଡ ମାଧ୍ୟମରେ ୯୦୬ କୋଟି ଟଙ୍କା ଚାନ୍ଦା ଦେଇଥିବା ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରା କମ୍ପାନୀକୁ ଓଡ଼ିଶା ସରକାର ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୫୧୨ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ୫ ବର୍ଷରେ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଏହି ସବୁ ବଡ଼ ବଡ଼ ପ୍ରକାଳ୍ପ କରିବାପାଇଁ ସରକାର କାହିଁକି ଓ କିଭଳି ନେଲେ ତାହାର ଅନୁସନ୍ଧାନ ଜରୁରୀ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଅଣ ଓଡ଼ିଆ ଠିକାଦାର ମାନଙ୍କୁ ଦିଆଗଲା । ଯେଉଁ ପ୍ରକଳ୍ପରେ ବେଶୀ ଅର୍ଥ ସେଠାରେ ବେଶି ପିସି କାରବାର ହେବାରେ ସମ୍ଭାବନା ଅଛି । ଏହା ବ୍ୟତୀତ ସେହି କମ୍ପାନୀ ବହୁତ ପ୍ରେଜେକ୍ଟ ସମୟରେ ସାରି ନାହିଁ ଏବଂ ଯେଉଁ କମ୍ପାନୀଟି ୯୬୬ କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ କିଣିଛି ତାକୁ ଠିକ ସମୟରେ କାମ ସାରିବାକୁ ତାଗିତ କରିବାକୁ ସରକାର କେତେ ସାହସ ଅଛି ତାହା ସମୟ କହିବ । ଆପଣ କେତେ ପ୍ରୋଜେକ୍ଟ ଅନୁମୋଦନ କଲେ କେତେ ଟଙ୍କା ଖର୍ଚ୍ଚ କଲେ, କେତେ ଲୋକ ଲାଭବାନ ହେବାକୁ ଅନୁମୋଦନ କଲେ ସେ ଗୋଟିଏ ପ୍ରସଙ୍ଗ କିନ୍ତୁ ସେଥିରୁ ଜନତା କେତେ ଉପକୃତ ହେଲେ ତାର ଚିତ୍ର ବିଭିନ୍ନ ସର୍ଭେ ମାଧ୍ୟମରେ ଅନୁସନ୍ଧାନରୁ ଜଣାପଡ଼େ । ଗତ ମାର୍ଚ୍ଚ ୨୦୨୩ ମାସରେ ପ୍ରକାଶିତ ଏନଏସଏସ (ଘଝଝ) ୭୮ ରାଉଣ୍ଡ ରିପୋର୍ଟ ଓଡ଼ିଶାର କରୁଣ କାହାଣୀ ବର୍ଣ୍ଣନା କରେ । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ପିଇବା ପାଣିର ସମସ୍ୟା ଆମ ରାଜ୍ୟରେ ଅତ୍ୟନ୍ତ ଉତ୍କଟ ।

ଏହି ରିପୋର୍ଟ ଅନୁସାରେ ସର୍ବଭାରତରେ ୩୫.୫% ଲୋକ ନଳ ଯୋଗେ ପିଇବା ପାଣି ପାଉଥିବା ବେଳେ ଆମ ରାଜ୍ୟରେ ମାତ୍ର ୧୩.୫% ଲୋକ ନଳ ଯୋଗେ ପାଣି ପାଆନ୍ତି । ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ଓଡ଼ିଶାର ସ୍ଥାନ ୩୨ ତମ । ଓଡ଼ିଶାରେ ମାତ୍ର ୨୬.୬% ଲୋକଙ୍କର ପିଇବା ପାଣିର ସ୍ୱତନ୍ତ୍ର ବ୍ୟବହାର ସୁବିଧା ଥିବା ବେଳେ ସର୍ବଭାରତ ସ୍ତରରେ ଏହା ୫୪.୫% ୩୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ବିଚାରକୁ ନେଲେ ଆମ ରାଜ୍ୟ ୩୫ ତମ ସ୍ଥାନରେ । ଆଜିବି ଓଡ଼ିଶାରେ ୬୬.୯% ଲୋକ ଘର ବାହାରକୁ ଯାଇ ପାଣି ଆଣୁଛନ୍ତି ଯାହା ଅନ୍ୟ ସବୁ ରାଜ୍ୟ ତୁଳନାରେ ସର୍ବାଧିକ । ଓଡ଼ିଶାରେ ୯୨.୮୫ ଲୋକଙ୍କର ପିଇବାପାଣିର ସୁବିଧା ଉପଲବ୍ଧ । ଆଜିବି ପ୍ରାୟ ୭% ଲୋକଙ୍କ ପାଖରେ ପିିଇବାଯୋଗ୍ୟ ପାଣି ଅପହଂଚ । ଓଡ଼ିଶାରେ ଗ୍ରାମାଂଚଳରେ ୩୬.୪% ଏବଂ ସହରାଂଚଳରେ ୧୯% ଲୋକଙ୍କର ଏମିତି ଓଡ଼ିଶାରେ ମୋଟ ୩୩.୬% ଶୌଚାଳୟ ସୁବିଧା ନାହିଁ ଯାହା ଅନ୍ୟରାଜ୍ୟମାନଙ୍କ ତୁଳନରେ ସର୍ବାଧିକ ।

ରନ୍ଧନ ଗ୍ୟାସ ଏବଂ ଧୂଆ ମୁକ୍ତ ରୋଷେଇ ଅବସ୍ଥା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅବସ୍ଥା ଦୟନୀୟ । ଓଡ଼ିଶାରେ ଗ୍ରାମାଂଚଳରେ ମାତ୍ର ୨୩.୪% ଏବଂ ସହରାଂଚଳରେ ୭୩.୩% ଏମିତି ମୋଟ ୩୧.୪% ପରିବାର ଗ୍ୟାସରେ ରନ୍ଧନ କରନ୍ତି ଯାହା ଭାରତରେ ଛତିଶଗଡ଼ ଛଡ଼ା ଅନ୍ୟସବୁ ରାଜ୍ୟଠାରୁ କମ । ଏବେବି ରାଜ୍ୟରେ ୬୭.୩% ପରିବାର କାଠ ଇତ୍ୟାଦିରେ ରାନ୍ଧନ୍ତି ଯାହା ଦେଶର ଅନ୍ୟସବୁ ରାଜ୍ୟଠାରୁ ଅଧିକ । ଏହା ହେଉଛି ଓଡ଼ିଶାର ବାସ୍ତବ ଚିତ୍ର । ଏଇଟା ହେଉଛି ନବୀନ ଓଡ଼ିଶା ମହାକାଳ ଫଳ । ପ୍ରଚାର ଦେଖିଲେ ଭାରି ସୁନ୍ଦର ଭିତରେ ଦେଖିଲେ ପୋଡ଼ା ଅଙ୍ଗାର । ଖରାଦିନେ ଗାଁଗଣ୍ଡାରେ ରହୁଥିବା ଲୋକଙ୍କୁ ପାଣି ନମିଳିବାର କଷ୍ଟ ଶୀତତାପ ଘରେ ରହୁଥିବା ଲୋକ ଅନୁଭବ କରି ପାରିବେ ନାହିଁ । ଦୁଃଖ ଦୁର୍ଦଶାରେ ରହୁଥିବା ଲୋକଙ୍କ ପ୍ରତି ଆମେ ସହାନୁଭୂତିଶୀଳ ହେବା ଉଚିିତ ନୁହେଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅମିୟ ପାଣ୍ଡବ ଏବଂ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button