ରାଜ୍ୟ

ବିଜେପିର ପ୍ରାର୍ଥୀ ତାଲିକା ଆଜି ଆସିପାରେ – Ibnodisha

[ad_1]

ଭୁବନେଶ୍ବର: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥ‌ିବା ବେଳେ ଆଜି ବିଜେପି ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ତୋମାର ସୂଚନା ଦେଇଛନ୍ତି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥ‌ିବା ନିର୍ବାଚନ ପାଇଁ କିଛି ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡା ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ୩୫ ଆସନରେ ନାଁ ଘୋଷଣା ବାକି ଥ‌ିବା ବେଳେ ଆଜି ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।

The post ବିଜେପିର ପ୍ରାର୍ଥୀ ତାଲିକା ଆଜି ଆସିପାରେ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button