ରାଜନୀତି

ପୁଣି ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି – Ibnodisha

[ad_1]

ଭୁବନେଶ୍ୱର : ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି । ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିବା ବିଜେଡି ଅଭିଯୋଗ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜିବ କୁମାରଙ୍କୁ ସାକ୍ଷାତ କରି ବିଜେଡି ଏନେଇ ତା’ର ଅଭିଯୋଗ ରଖୁଛି । ସିଇଓଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ ଆଗରେ ନିଜ ପ୍ରତିକ୍ରିୟା ରଖ୍ ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ, ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ଗଣମାଧ୍ଯମ ଓ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଶାନ୍ତ ଖୋଲାଖୋଲି ଜଙ୍କିଆରେ ଜଣେ ସାମ୍ବାଦିକଙ୍କୁ ପିଟିଛନ୍ତି । କେବଳ ଏତିକି ନୁହେଁ ସେ ରାତିରେ ମଦ ପିଇ ଜଙ୍କିଆ ଥାନାକୁ ଯାଇ ପୋଲିସକୁ ଧମକାଇଥିଲେ । ଏଫଆଇଆର ନରଖୁବାକୁ ସେ ପୋଲିସକୁ କହିଥିଲେ । ଏହା ପୂର୍ବରୁ ସେ ଜଙ୍କିଆ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ । ଫୋନରେ ଧମକ ଦେବା ପରେ ପ୍ରଶାନ୍ତ ଜଗଦେବ ରାତି ୧୦.୩୦ରେ ଥାନାରେ ପହଂଚି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଇଥିଲେ ବୋଲି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକଙ୍କୁ କହିଛନ୍ତି। ସେହିଭଳି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଖୋଲାମଞ୍ଚରୁ ନିର୍ବାଚନୀ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସରକାରୀ କର୍ମଚାରୀଙ୍କୁ ଗଣମାଧ୍ଯମ ସାମ୍ନାରେ ଧମକାଇଥିଲେ ବୋଲି ସସ୍ମିତ ଅଭିଯୋଗ କରିଛନ୍ତି। ତହସିଲଦାର, ବିଡିଓ ଓ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ବିଜେପିର ନେତା ଧମକ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button