IBN ଓଡ଼ିଶା ବ୍ୟୁରୋ

ମହିଳା ଗର୍ଭବତୀ ଅଛି କି ନାହିଁ : ଏହି 9 ଟି ଲକ୍ଷଣରୁ ମହିଳା ପ୍ରେଗନେଣ୍ଟ ଅଛି ବୋଲି ଜାଣନ୍ତୁ

ଯେତେବେଳେ ଜଣେ ମହିଳା ପ୍ରଥମ କରି ଗର୍ଭବତୀ ହୋଇଥାଏ । ସେତେବେଳେ ସେହି ମହିଳା ଠାରେ ଅନେକ କିଛି ଏପରି ଲକ୍ଷଣମାନ ଦେଖାଯାଇଥାଏ । ଯାହାକୁ ଦେଖି ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି କି ନାହାନ୍ତି ବୋଲି ଜାଣି ହୋଇଥାଏ । ତେବେ ମହିଳାଙ୍କ ଠାରେ ଏପରି କେଉଁ ସବୁ ଲକ୍ଷଣ ଦେଖାଗଲେ ମହିଳାଟି ପ୍ରେଗନେଣ୍ଟ ଅଛି ବୋଲି ଜଣା ପଡିଥାଏ ଚାଲନ୍ତୁ ଜାଣିବା ।

1- ଯଦି ପ୍ରେଗନେନ୍ସି ପାଇଁ କୌଣସି ମହିଳା ଟ୍ରାଏ କରୁଥାନ୍ତି । ସେହି ମହିଳାଙ୍କ ପିରିୟଡ୍ସ ମିସ୍ ହୋଇଥାଏ । ବା ପିରିୟଡ୍ସ ବନ୍ଦ ହୋଇଯାଏ । ତେବେ ଏହା ଏକ ବହୁତ ବଡ ଲକ୍ଷଣ ଯେଉଁଥିରୁ ମହିଳା ଜଣଙ୍କ ଗର୍ଭବତୀ ଅଛି ବୋଲି ଜଣା ପଡିଥାଏ ।

2- ଯଦି ମହିଳାର ସାମାନ୍ୟ ବ୍ଲିଡିଙ୍ଗ ହେଉଥାଏ । ଯେତେବେଳେ ୟୁଟ୍ରେସରେ ଏଗ ଫର୍ଟିଲାଇଜ ହୋଇଥାଏ । ସେତେବେଳେ ମହିଳାଙ୍କର ହଲକ୍କା ବ୍ଲିଡିଙ୍ଗ ହୋଇଥାଏ । ମହିଳାଟି ଗର୍ଭବତୀ ହେବାର 1 ସପ୍ତାହ ପରେ ଏହି ବ୍ଲିଡିଙ୍ଗ ଦେଖାଯାଇଥାଏ । ଏହି ଲକ୍ଷଣ ଦେଖିବା ମାତ୍ରେ ମହିଳା ପ୍ରେଗନେଣ୍ଟ ଥିବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

3- ଯଦି ମହିଳାଙ୍କର ବ୍ରେଷ୍ଟ ଦରଜ ଲାଗିବା ସହ ତାଙ୍କ ନିପୁଲ୍ ର ରଙ୍ଗରେ ପରିବର୍ତ୍ତନ ଦେଖାଯାଇଥାଏ । ତେବେ ଏହା ମଧ୍ୟ ମହିଳା ପ୍ରେଗନେଣ୍ଟ ଥିବାର ଲକ୍ଷଣ ହୋଇଥାଏ ।

4- ମହିଳା ଯଦି କୌଣସି କାମ ନକରି ମଧ୍ୟ ଅଧିକ ଥକାପଣ ଅନୁଭବ କରିଥାଏ । ତେବେ ଏହା ମଧ୍ୟ ପ୍ରେଗନେଣ୍ଟ ମହିଳାଟି ଅଛି ବୋଲି ଏକ ଲକ୍ଷଣ ହୋଇଥାଏ ।

5- ଶରୀରରେ ଯେତେବେଳେ ପ୍ରୋଜେଷ୍ଟେରନ ହରମୋନ ବଢି ମହିଳାକୁ ବାରମ୍ବାର ପରିସ୍ରା ଲାଗିଥାଏ । ସେତେବେଳେ ମହିଳାଟି ପ୍ରେଗନେଣ୍ଟ ଅଛି ବୋଲି ଏହି ଲକ୍ଷଣରୁ ଅନୁମାନ କରିପାରିବ  ।

6- ଯଦି ପ୍ରେଗନେନ୍ସି ପାଇଁ ଟ୍ରାଏ କରୁଥିବା ମହିଳାର ମୁଣ୍ଡ ବୁଲାଇବା, ବାନ୍ତି ବାନ୍ତି ଭଳି ଲାଗିବା ବା ବାନ୍ତି ମଧ୍ୟ ବାରମ୍ବାର ହେବାକୁ ଲାଗେ । ତେବେ ପ୍ରେଗନେଣ୍ଟ ହେବାର ଏହା ବି ଏକ ଲକ୍ଷଣ ଅଟେ ।

7- ମହିଳା ଯଦି ପ୍ରେଗନେଣ୍ଟ ଥାଏ । ତେବେ ସେମାନଙ୍କର କୋଷ୍ଠକାଠିନ୍ୟ ଭଳି ପ୍ରୋବ୍ଲେମ ମଧ୍ୟ ଦେଖାଯିବା ଏକ କମନ ଲକ୍ଷଣ ଅଟେ ।

8- ମହିଳା ଜଣଙ୍କ ଯଦି ପ୍ରେଗନେଣ୍ଟ ଥାଏ । ତେବେ ତାଙ୍କ ତଳି ପେଟ ଭାରୀ ଭାରୀ ଲାଗିବା ସହ କଷ୍ଟ ମଧ୍ୟ ହୋଇଥାଏ ।

9- ମହିଳା ଗର୍ଭବତୀ ହେବା ମାତ୍ରେ ତା’ ର ପିଠିରେ କଷ୍ଟ ଅନୁଭୂତ ହେବା ମଧ୍ୟ ସେ ପ୍ରେଗନେଣ୍ଟ ଅଛି ବୋଲି ସୁଚାଇ ଥାଏ। ତେବେ ଉପୋରୋକ୍ତ ଏହି ସବୁ ଲକ୍ଷଣ ମହିଳା ଜଣଙ୍କ ପ୍ରେଗନେଣ୍ଟ ଅଛି ବୋଲି ସୂଚନା ଦେଇଥାଏ । ଏଥିରୁ 3 ରୁ 4 ଟି ଯଦି ଲକ୍ଷଣ ମହିଳାଙ୍କ ଠାରେ ଦେଖାଯାଇଥାଏ ତେବେ ମଧ୍ୟ ସେ ଗର୍ଭବତୀ ଅଛନ୍ତି ବୋଲି ଅନୁମାନ କରାଯାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button