IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଉଁ ଚିହ୍ନ କବାଟରେ ଆଙ୍କିଲେ, କଳି ଝଗଡା ଦୂର ହୁଏ, ଏହିଭଳି ଆହୁରି ବଛା ବଛା : Anuchinta

ବନ୍ଧୁଗଣ ବାସ୍ତୁ ଶାସ୍ତ୍ରରେ ଆମ ନୀତିଦିନିଆ ଜୀବନ ଉପରେ ଅନେକ କିଛି ନ୍ନିୟମମାନ ରହିଛି । ଯାହାକୁ ଯେଉଁ ବ୍ୟକ୍ତି ଜାଣିବା ସହ ସେହି ସମସ୍ତ ନିୟମର ପାଳନ କରିଥାଏ । ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ପୂଣ୍ୟ ଅର୍ଜନ କରିଥାଏ । ଏଥିସହ ବ୍ୟକ୍ତିର ଗୋଟି ଗୋଟି କରି ସମସ୍ଯା ଦୂର ହେବ ସହ ଘର ପରିବାରରେ ସୁଖଶାନ୍ତି ଓ ସମୃଦ୍ଧି ବଢିବାରେ ଲାଗିଥାଏ ।

1- ବସିବା ସମୟରେ କି ଶୋଇବା ସମୟରେ ଗୋଡ ଉପରେ ଗୋଡ ରଖି ବସିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଧନ ଓ ଆୟୁ କମ୍ ହୋଇଯାଇଥାଏ । 2- ନିଜର ମୁଣ୍ଡକୁ 2 ହାତରେ କୁଣ୍ଡାଇବା ଅନୁଚିତ । ନଚେତ ଏହା ଦ୍ଵାରା ଅଶୁଭତ୍ଵ ବୃଦ୍ଧି ହୋଇଥାଏ । 3- କେବେବି ନିବସ୍ତ୍ର ହୋଇ ଶୋଇବା କି ଗାଧୋଇବା ଉଚିତ ହୋଇନଥାଏ । ନଚେତ ଏହା ଦ୍ଵାରା ପାରିବାରିକ ତଥା ଆର୍ଥିକ ସମସ୍ଯା ଘରେ ଉପୁଜିଠାଏ ।

4- ମୁଣ୍ଡରେ ଲଗାଉଥିବା ତେଲ ଯଦି ବଳି ପଡିଥାଏ, ତେବେ ତାହାକୁ ଶରୀରରେ ଲଗାଇବା ଅନୁଚିତ । ଏହା ଦ୍ଵାରା ଶରୀର ଅସୁସ୍ଥ ହୋଇଥାଏ । 5- ଘରେ ଗଙ୍ଗା ଜଳକୁ ତମ୍ବା ବା ଚାନ୍ଦିର ପାତ୍ରରେ ରଖିବା ଉଚିତ । ଏହା ଦ୍ଵାରା ଘରେ ସୁଖ ଓ ସମୃଦ୍ଧି ବଢିଥାଏ ।

6- ରବିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ ସାହାଜ୍ଯ କରିବା ଉଚିତ । ଏହା ଦ୍ଵାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କର ମଙ୍ଗଳ ହୋଇଥାଏ । 7- ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହ ଘରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

8- ମଙ୍ଗଳବାର ଦିନ ଟଙ୍କା ପଇସାର ନେଣଦେଣ କରିବା ଅନୁଚିତ । ନଚେତ ଏହା ଦ୍ଵାରା ଆର୍ଥିକ ସମସ୍ଯା ଭୋଗିବାର ସମ୍ଭାବନା ରହିଥାଏ । 9- ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ସେହି ପାଣିରେ କିଛି ସିନ୍ଦୁର ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ଘର ପରିବାରର ଉନ୍ନତି ହୋଇଥାଏ ।

10- ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ବହୁତ ଶୁଭ ହୋଇଥାଏ । ଏଥିସହ ଘରେ କଳି , ଝଗଡା କମିବା ସହ ଦାମ୍ପତ୍ୟ ଜୀବନ ଭଲ ରହିଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିତନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button