IBN ଓଡ଼ିଶା ବ୍ୟୁରୋ

କୌଣସି କଥା ଭାବିକି ବହୁତ ଭୟ ଲାଗୁଛି କି ! ଫୋବିୟା କଣ ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା

ବନ୍ଧୁଗଣ ଯଦି କୌଣସି ଏକ କାର୍ଯ୍ୟ ବା ଜିନିଷ ପ୍ରତି ଅହେତୁକ ଭୟ ଆସୁଛି । ତେବେ ତାହା ଏକ ପ୍ରକାରର ମାନସିକ ସମସ୍ଯା । ଯାହାକୁ ଡାକ୍ତରୀ ଭାଷାରେ ଫୋବିୟା ବୋଲି କୁହାଯାଇଥାଏ । ତେବେ ଏହାର ଲକ୍ଷଣ, କାରଣ ଓ ଚିକିତ୍ସା ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷାଜ୍ଞ ଡାକ୍ତର ସମ୍ରାଟ କର ଏହାକୁ ନେଇ କଣ କୁହନ୍ତି ଚାଲନ୍ତୁ ଜାଣିବା । ଯଦି ଜଣେ ବ୍ୟକ୍ତି ଭଲ ହସଖୁସି ରେ ଅନ୍ୟ ସହ କଥାବାର୍ତ୍ତା ବା କାମ କରୁଥିବ । ସେହି ସମୟରେ ବ୍ୟକ୍ତିଟିକୁ ସେହି କାର୍ଯ୍ୟ ଏକୁଟିଆ କରିବା ପାଇଁ କୁହାଯିବ ।

ସେହି ବ୍ୟକ୍ତିକୁ ସମସ୍ତଙ୍କ ସାମ୍ନାରେ ଛିଡା ହୋଇ ସ୍ଟେଜ ଉପରେ କଥା କହିବା ପାଇଁ କୁହାଯିବ । ତେବେ ସେହି ସମୟରେ କିଛି ଜଣ ସେହି ସବୁ କଥାକୁ ଭାବି ବହୁତ ଘାବରେଇ ଯାଇଥାନ୍ତି । ସବୁଦିନ ସମସ୍ତଙ୍କ ସହ ସାଧାରଣ ଭାବେ ଭଲରେ ଚଳୁଥିବେ । ହେଲେଜଦି ଏକୁଟିଆ କିଛି କରିବା ପାଇଁ କୁହାଯିବ କି ଭିଡରେ ଏକୁଟିଆ କୁଆଡେ ଏକେଲା ଯିବା ପାଇଁ କୁହାଯିବ । ତେବେ କିଛି ଲୋକ ସିଏଚଏଚଟି ଛୋଟ କଥାକୁ ନେଇ ବହୁତ ଭୟ କରିଯାଇଥାନ୍ତି । ତାହା ହିଁ ହେଉଛି ଫୋବିୟାର ଲକ୍ଷଣ ।

ତେବେ ଡାକ୍ତରଙ୍କ କହିବା ଆଧାରରେ ବଂଶାନୁଗତ କାରଣରୁ ଏହି ସମସ୍ଯା କିଛି ଲୋକ ଙ୍କ ଠାରେ ଦେଖାଯାଇଥାଏ । ଯଦି ପରିବାରରେ କେହି ଏପରି ଭୟାଳୁ ସ୍ଵଭାବର ଥାନ୍ତି । ତେବେ ସେହି ଘରେ ଅନ୍ୟ ଜଣେ ସଦସ୍ୟ ମଧ୍ୟ ଏହିଭଳି ଭୟାଳୁ ସ୍ଵଭାବର ବାହାରିବାର ସ୍ଵାଭାବିକ କଥା । ଯଦି କୌଣସି ପିଲା ଛୋଟ ବେଳୁ ବହୁତ ମାନସିକ ଚାପର ପରିବେଶରେ ନିଜକୁ ରଖି ଆସିଛି ।

ତେବେ ସେହିଭଳି ପିଲାଙ୍କର ମାନସିକ ଅବସ୍ଥା ଏପରି ହୋଇଯାଇଥାଏ । ଯେ ସେମାନେ ଛୋଟ ଛୋଟ ସାଧାରଣ କଥାକୁ ନେଇ ବି ବହୁତ ଟେନସନ ହୋଇଯାଇଥାନ୍ତି । ମନ ଅସ୍ଥିର ହେବା କାରଣରୁ ତାଙ୍କ ମାନଙ୍କ ଠାରେ ଏହିସବୁ ଭୟର ଲକ୍ଷଣ ପ୍ରକାଶ ପାଇଥାଏ । ତେବେ ଏଭଳି ସମସ୍ଯା ଥିବା ବ୍ୟକ୍ତିଙ୍କୁ ବହୁ ସମୟରେ ପ୍ୟାନିକ ଆଟାକ ହେଇଥାଏ ।

ଯେପରି ହଟାତ କୌଣସି ଖବର ଶୁଣି ଛାତି ଧଡଧଡ ହେବା, ଝାଳ ବାହାରି ଆସିବା, ଝାଡା, ବାନ୍ତି ହେବା ପରି ମନେ ହୋଇଥାଏ । ତେବେ ଏହି ସବୁ ଲକ୍ଷଣ ପ୍ୟାନିକ ଆଟାକ ହେବା ସମୟରେ ପ୍ରାୟତଃ ଦେଖାଯାଇଥାଏ । ତେବେ ଏହି ସବୁ ଫୋବିୟାର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ 2 ପ୍ରକାରରେ ଚିକିତ୍ସା କରାଯାଇଥାଏ । ମେଡ଼ିସିନ ଦିଆଯାଇ କିମ୍ବା ସଠିକ ଭାବେ କାଉନସିଲିଙ୍ଗ କରାଯାଇ ବ୍ୟକ୍ତିକୁ ନର୍ମାଲ କରାଯାଇଥାଏ ।

ତେବେ ଡାକ୍ତରଙ୍କ କହିବା ଆଧାରରେ ବ୍ୟକ୍ତିକୁ ଏହିସବୁ ସମସ୍ଯା ପାଇଁ ମାନସିକ ବିଶେଷଜ୍ଞଙ୍କ ଦ୍ଵାରା ଭଲ କାଉନସିଲିଙ୍ଗ ସହ ଡାକ୍ତରଙ୍କ କହିବା ମୁତାବକ ମେଡ଼ିସିନ ମଧ୍ୟ ସେବନ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button