IBN ଓଡ଼ିଶା ବ୍ୟୁରୋ

ପାଦରେ ଅଳତା ଲଗାଉଥିଲେ… ଜାଣି ରଖନ୍ତୁ ପାଦରେ ଅଳତା ଲଗାଇବାର ଗୁରୁତ୍ଵପୂର୍ଣ୍ଣ କଥା

ବନ୍ଧୁଗଣ ଆମ ଜୀବନରେ ବେଳେବେଳେ ଏପରି କିଛି ଘଟଣାମନ ଘଟିଯାଇଥାଏ । ଯାହା ଆମ ସହ କାହିଁକି ଘଟୁଛି ବୋଲି ଆମେ ଭାବିଥାଉ । ହେଲେ ସେହି ଘଟଣା ଘଟିବା ପଛର କାରଣ କିନ୍ତୁ ଜାଣିନଥାଉ । ହେଲେ ବନ୍ଧୁଗଣ ଶାସ୍ତ୍ରରେ ଏଭଳି ଅନେକ କିଛି ନିୟମମାନ ରହିଛି । ଯାହାର ଉଲଂଘନ କରି ଯଦି ଆମେ କୌଣସି କାର୍ଯ୍ୟ ଜାଣତରେ ବା ଅଜାଣତରେ କରିଦେଇଥାଉ । ତାହାର ଫଳ ଆମକୁ ହିଁ ଭୋଗିବାକୁ ପଡିଥାଏ ।

ତେବେ ଚାଲନ୍ତୁ ମହିଳା ମାନଙ୍କର ପାଦର ଅଳତା ବିଷୟ ସହ ଜଡିତ କିଛି ମହତ୍ଵପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବା । ପାଦ ହେଉଛି ବୃହସ୍ପତିଙ୍କର । ବୃହଷ୍ପତ୍ତି ହେଉଛନ୍ତି ବୁଦ୍ଧି, ଜ୍ଞାନ ଓ ସ୍ବଭାଗ୍ଯର ପ୍ରତୀକ ହୋଇଥାଏ । ତେବେ ଗୋଟେ ନାରୀ ପାଇଁ ଏହି ସବୁ ଜିନିଷ ନିହାତି ଭାବେ ଆବଶ୍ୟକ ହୋଇଥାଏ । ନାରୀ ମାନେ ନିଜ ପାଦରେ ଅଳତା ଲଗାଇ ଥାନ୍ତି । ଯେଉଁ କାରଣରୁ ସେହି ନାରୀ ମାନଙ୍କୁ ବୃହସ୍ପତି ସୌଭାଗ୍ୟ ପ୍ରଦାନ କରିଥାନ୍ତି ।

ଅଳତା ହେଉଛି ଏକ ରଙ୍ଗ । ଯାହାର ରଙ୍ଗ ହେଉଛି ଲାଲ କଲର । ତେବେ ଏହି ଲାଲ ରଙ୍ଗ ମଙ୍ଗଳ ଗ୍ରହ ସହ ଜଡିତ ହୋଇଥାଏ । ତେବେ ଯେତେବେଳେ ଏହି ଲାଲ ରଙ୍ଗ ସହ ପାଣି ମିଶାଇ ପାଦରେ ଲଗାଇ ଥାଉ । ସେତେବେଳେ ତାହା ଅଳତାରେ ପରିଣତ ହୋଇଯାଇଥାଏ । ତେବେ ପାଣି ହେଉଛି ଚନ୍ଦ୍ରମାଙ୍କ ପ୍ରତୀକ । ଯେତେବେଳେ ଚନ୍ଦ୍ରମା ଓ ମଙ୍ଗଳ ମିଶି ଯାଇଥାନ୍ତି । ସେତେବେଳେ ଲକ୍ଷ୍ମୀ ନୃଶିହ୍ନ ଯୋଗ ସୃଷ୍ଟି ହୋଇଥାଏ ।

ଯେତେବେଳେ ଚନ୍ଦ୍ରମା ବୃହସ୍ପତିଙ୍କ ସହ ଯୋଗ ହୋଇଥାନ୍ତି । ଗୁରୁ ଚାନ୍ଦି ଯୋଗ ସୃଷ୍ଟି ହୋଇଥାଏ । 1- ତେବେ ପ୍ରତ୍ଯେକଟି ହିନ୍ଦୁ ନାରୀ ପୂଜାପର୍ବ ମାନଙ୍କରେ ନିଜ ପାଦରେ ଅଳତା ଲଗାଇଥାଏ । ନାରୀ ମାନେ ନିଜ ପାଦକୁ ଯେତେ ପରିଷ୍କାର ତଥା ସଜାଇ ରଖିଥାନ୍ତି । ସେହି ଘରକୁ ସେତେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ପାଦରେ ଅଳତା ଲଗାଇବା ଦ୍ଵାରା ପାଦ ଅତ୍ୟନ୍ତ ସୁନ୍ଦର ଦେଖା ଯାଇଥାଏ । ଏଥିସହ ସେହି ମହିଳା ନିଜର ବୃହଷ୍ପତ୍ତି, ଚନ୍ଦ୍ରମା ଓ ମଙ୍ଗଳ ଗ୍ରହକୁ ମଧ୍ୟ ବଳବାନ କରିପାରିଥାନ୍ତି । ଯାହା ଦ୍ଵାରା ସେହି ମହିଳାର ଘର ଧନ୍ୟଧାନ୍ୟରେ ପୁରି ଉଠିଥାଏ । ଏଥିସହ ସେହି ମହିଳାକୁ ଧନସୁଖ, ସ୍ଵାମୀ ସୁଖ ଓ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ପ୍ରତ୍ଯେକଟି ନାରୀ ନିଜ ପାଦରେ ଅଳତା ଲଗାଇବା ଉଚିତ ।ବିଶେଷ କରି ପର୍ବପର୍ବାଣୀ ଓ ଗୁରୁବାରରେ ମଧ୍ୟ ପାଦରେ ଅଳତା ଲଗାଇବା ଉଚିତ ।

 

Related Articles

Leave a Reply

Your email address will not be published. Required fields are marked *

Back to top button