ଘର ସାମ୍ନାରେ ଏହି 3 ଟି ଚମତ୍କାରୀ ଫୁଲ ଗଛ ରହିଲେ, ଘରର ସବୁବେଳେ ଶୁଭ ହିଁ ହୋଇଥାଏ, ଘର ଉପରକୁ କୌଣସି ବିପଦ ଆସିନଥାଏ

ଠାକୁରଙ୍କର ପୂଜା କାର୍ଯ୍ୟ ନିମିନ୍ତେ ଫୁଲର ନିହାତି ଭାବେ ଆବଶ୍ୟକ ପଡିଥାଏ । ତେବେ ଫୁଲକୁ ଶୁଭର ପ୍ରତୀକ ରୂପେ ବୋଲି ମଧ୍ୟ ବିବେଚନା କରାଯାଇଥାଏ । କାରଣ ଫୁଲ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ସେଥିପାଇଁ ତ ଭଗବାନଙ୍କର ପୂଜା ପାଇଁ ସବୁବେଳେ ଆମେ ଫୁଲ ତୋଳିକି ନେଇଥାଉ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି 3 ଟି ଫୁଲ ବିଷୟରେ କହିବା ପାଇଁ ଯାଉଛୁ ।
ଯେଉଁ 3 ଟି ଫୁଲକୁ ଯଦି ଆପଣ ଆପଣଙ୍କ ଘର ସାମ୍ନାରେ ଲଗାନ୍ତି । ଏହା ସହିତ ଘରୁ ବାହାରିବା ବେଳକୁ ସେହି ଫୁଲର ଦର୍ଶନ କରିଥାନ୍ତି । ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ସେହି ଫୁଲ ସମ୍ପର୍କରେ ଆଲୋଚନା କରିବା ।
1- ବନ୍ଧୁଗଣ ଆପଣ ସମସ୍ତେ ନାଗେଶ୍ଵରୀ ବା ନାଗଚମ୍ପା ଫୁଲକୁ ଦେଖିଥିବେ । ବ ଏହି ଫୁଲ ବିଷୟରେ ନିଶ୍ଚୟ କେଉଠି ଆ କେଉଁଠି ଶୁଣିବାକୁ ପାଇଥିବେ । ତେବେ ଏହି ଫୁଲ ଯେଉଁ ବ୍ୟକ୍ତି ନିଜ ଘର ସାମ୍ନାରେ ଲଗାଇଥାଏ । ତେବେ ସେହି ବ୍ୟକ୍ତିର ଘର ପାଇଁ ଏହି ଫୁଲ ଶୁଭଫଳ ପ୍ରଦାନ କରିଥାଏ । ଘର ସାମ୍ନା କି ଘରର ବାଡିରେ ଯଦି ଏହି ଗଛ ଥାଏ । ବା ଆପଣ ଏହି ଗଛକୁ ଆଣି ଲଗାନ୍ତି । ତେବେ ଆପଣଙ୍କ ଘର ପାଇଁ ଏହା ବହୁତ ମଙ୍ଗଳ ଅଟେ ।
2- ସୁଗନ୍ଧରାଜ ବା ରଜନୀଗନ୍ଧା ଫୁଲକୁ ଆପଣ ମାନେ ନିହାତି ଦେଖିଥିବେ । ଏହି ଫୁଲ ଯେଉଁ ବ୍ୟକ୍ତିର ଘର ଆଖପାଖରେ ରହିଥାଏ । ସେହି ଫୁଲ ନିଜର ସୁଗନ୍ଧ ସବୁଆଡେ ମହକାଇବା ଭଳି ଘରର ଆଖପାଖରେ ସକାରାତ୍ମକ ଊର୍ଜା ଭରି ରହିଥାଏ । ଏହି ଗଛକୁ ନିଜ ଘର ସାମ୍ନାରେ ଲଗାଇବା ଦ୍ଵାରା ଘର ଉପରକୁ କୌଣସି ବିପଦ ଆସିନଥାଏ । ଏହି ଗଛ ଘର ଆଗରେ ଥିବା ଲୋକର ମଧ୍ୟ କେବେ ଧନର ଅଭାବ ରହିନଥାଏ ।
3- ଯେଉଁ ବ୍ୟକ୍ତିର ଘର ସାମ୍ନାରେ ଏହି ଚମ୍ପା ଗଛ ରହିଥାଏ । ସେହି ବ୍ୟକ୍ତିର ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । ଘର ମଧ୍ୟରେ ସର୍ବଦା ସୁଖ ଓ ଶାନ୍ତିର ବାତାବରଣ ଖେଳି ରହିଥାଏ । ତେବେ ଏହି ଚମ୍ପା ଗଛକୁ ନିଜ ଘର ସାମ୍ନାରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନଚେତ ଯଦି ଘର ଆଗରେ ଲଗାଇବା ସମ୍ଭବ ହେଉନଥାଏ । ତେବେ ଘରର ବାଡି ମଧ୍ୟରେ ଏହି ଗଛ ସବୁ ଲଗାଇପାରିବେ ।ଏହି 3 ଟି ଗଛ ଘରକୁ ଶୁଭ ଫଳ ପ୍ରଦାନ କରିଥାଏ । ଘରର ମଧ୍ୟ ଅନେକ ଉନ୍ନତି ହୋଇଥାଏ ।