ପ୍ରଦେଶ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ବୈଠକ – Ibnodisha

[ad_1]
ଭୁବନେଶ୍ୱର, :ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲାପରେ ଆଜି ରାଜ୍ୟ ପ୍ରଚାର କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆସନ୍ତା ଲୋକସଭା ଓ ବିଧାନସଭା କ୍ଷେତ୍ରମାନଙ୍କରେ କିପରି ପ୍ରଭାବୀ ଢ଼ଙ୍ଗରେ ପ୍ରଚାର କରାଯିବ ତାହାର ରଣକୌଶଳ ସ୍ଥିର କରାଯାଇଥିଲା । ଜାତୀୟ କଂଗ୍ରେସର ପାଂଚୋଟି ନ୍ୟାୟ ଓ ୨୫ଟି ଗ୍ୟାରେଂଟି ଏବଂ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଂଟି କିପରି ସାଧାରଣ ମତଦାତାଙ୍କ ନିକଟରେ ପହଂଚିବ ତା’ ଉପରେ ବିଷଦ ଭାବେ ଚର୍ଚ୍ଚା ହୋଇଥିଲା । ଶ୍ରୀକ୍ଷେତ୍ର ଧାମରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ କରାଯିବ । ଏହି ପ୍ରଚାର ଅଭିଯାନ ୧୪୭ ଟି ବିଧାନସଭା ଓ ୨୧ ଟି ଲୋକସଭା କ୍ଷେତ୍ରରେ ପହଂଚିବ । ଆସନ୍ତା ୨୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଜୀ ସମ୍ବୋଧନ କରିବେ । ବୁଥ୍ ସ୍ତରରେ ଓଡ଼ିଶା କଂଗ୍ରେସ ୯ଟି ଗ୍ୟାରେଂଟିକୁ ଘରେ ଘରେ ପହଂଚାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ କଂଗ୍ରେସର ଏହି ୯ଟି ଗ୍ୟାରେଂଟି ଯଦି ଜନସାଧାରଣଙ୍କ ନିକଟରେ ଠିକ୍ ଭାବେ ପହଂଚେ ତେବେ ଓଡ଼ିଶା ଲୋକେ କଂଗ୍ରେସକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ନିଶ୍ଚିତ ନିର୍ବାଚନୀ ଆଶିର୍ବାଦ ଦେବେ ବୋଲି ଶ୍ରୀଯୁକ୍ତ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଏହି ବୈଠକରେ ପ୍ରଚାର କମିଟିର ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ପ୍ରଚାର କମିଟି ଆବାହକ ସୁଧାଂଶୁ ଶେଖର ଦେଓ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅମୀୟ ପାଣ୍ଡବ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଜିଆଉଲ୍ ହକ୍, ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ ଜ୍ଞାନେନ୍ଦ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ସାଂସଦ ନକୁଳ ନାଏକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ରଶିକ୍ ପଟ୍ଟନାୟକ, ବିଧାୟକ ଦାଶରଥି ଗମାଙ୍ଗୋ, ଅବଦୁଲ୍ କାଲାମ୍, ଏଆଇସିସି ପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ, ହମିଦ୍ ହୁସେନ୍, ଜାକବ୍ ପ୍ରଧାନ, ସସ୍ମିତା ବେହେରା, ପୃଥିବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ରଂଜିତା ରାଉତ, ବନ୍ଦିତା ପରିଡ଼ା, ବିଷ୍ଣୁଚରଣ ବାରିକ, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]