ପଦ୍ମ ଛାଡ଼ି ଶଙ୍ଖ ଧରିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ – Ibnodisha
[ad_1]
ଭୁବନେଶ୍ୱର : ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ପୁଅ ନମନ ଗଙ୍ଗଦେବ ମଙ୍ଗଳବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେପିରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଉଭୟ ମା’ ଓ ପୁଅ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ଆଜି ଅପରାହ୍ନରେ ସାମାଜିକ ମାଧ୍ୟମ ଜରିଆରେ ବିଜେପିରୁ ଇସ୍ତଫା ଦେଇଥିଲେ ।
ଏହାପରେ ଭୁବନେଶ୍ୱରରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିଲେ । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ସାଂସଦଙ୍କ ମତାନ୍ତର ଯୋଗୁ ଦୀର୍ଘଦିନ ଧରି ନିତେଶ ଗଙ୍ଗଦେବ ସାଂଗଠନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ରହିଥିଲେ । ତାଙ୍କୁ ବିଜେପିର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁନଥିଲା । ଅନ୍ୟପଟରେ ଅରୁନ୍ଧତୀଙ୍କ ବିଜେଡିରେ ଯୋଗ ଦେବା ଦ୍ୱାରା ବିଜେପି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
[ad_2]