ରାଜ୍ୟ

ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେସନ; ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ – Ibnodisha

[ad_1]

ରାଉରକେଲା: ଝାଡ଼ଖଣ୍ଡ ଓ ରାଉରକେଲା ସୀମାନ୍ତରେ କମ୍ବିଂ ଅପରେସନ । ନିର୍ବାଚନ ପୂର୍ବରୁ ଏହି ଅପରେସନ ସଫଳ ହୋଇଛି । ଆଜି (ଶନିବାର) ସୁରକ୍ଷାକର୍ମୀଙ୍କୁ କମ୍ବିଂ ସମୟରେ ଆକ୍ରମଣ କରିବାକୁ ମାଓବାଦୀମାନେ ଯୋଜନା କରିଥିବା ବେଳେ ଏହାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।

ସିଆରପିଏଫ ଯବାନ ଓ ଡିଭିଏଫ ସହ ପୋଲିସ ଗୁଇନ୍ଦା ବିଭାଗ ଅନେକ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବିଶେଷ ଗୁଇନ୍ଦା ସୂତ୍ରରୁ ସିଆର୍ପିଏଫ୍ ଏବଂ ଅନ୍ୟ ସୁରକ୍ଷାକର୍ମୀ ଖବର ପାଇ ମାଓ କ୍ୟାମ୍ପ ଉପରେ ଅଚାନକ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଦ୍ୱାରା ଜବତ ହୋଇଛି ଦୁଇ ଏସଏଲଆର୍ ବନ୍ଧୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ଏବଂ ସାମଗ୍ରୀ । ତେବେ ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ହୋଇଛି ଏହି କମ୍ବିଂ ଅପରେସନ । ଆଗକୁ ନିର୍ବାଚନ ଥିବାରୁ ସୀମାନ୍ତ ଅଞ୍ଚଳରେ ବଢ଼ି ଚାଲିଛି ମାଓ କାର୍ଯ୍ୟକଳାପ ।

ଯାହାକୁ ନଜରରେ ରଖି ଝାଡ଼ଖଣ୍ଡ ସୁରକ୍ଷାକର୍ମୀ ରଖିଛନ୍ତି ମାଓ ଗତିବିଧି ଉପରେ କଡ଼ା ନଜର । ଝାଡ଼ଖଣ୍ଡରୁ ଓଡ଼ିଶା ଯେପରି ପ୍ରବେଶ ନକରନ୍ତି ମାଓବାଦୀ ତାକୁ ଆଖି ଆଗରେ ରଖି ସୀମାନ୍ତ କରିଦିଆଯାଇଛି ସିଲ୍ । ଅନ୍ୟପଟେ ଝାଡ଼ଖଣ୍ଡ ସୁରକ୍ଷାକର୍ମୀ ଅପରେସନ କ୍ଳିନକୁ ଜୋରଦାର କରିଛି । ସୂଚନାଯୋଗ୍ୟ, ନିକଟରେ ମାଓ ଦମନରେ ଛତିଶଗଡ଼କୁ ମିଳିଛି ବଡ଼ ସଫଳତା । ଏପ୍ରିଲ ୧୬ରେ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନରେ ପ୍ରାୟ ୨୯ ଜଣ ନିହତ ହୋଇଛନ୍ତି । ଏହାସହିତ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ୨୦୧୯ ପରଠାରୁ ଏହା ଏକ ବଡ଼ ଧରଣର ସଫଳତା ବୋଲି ଜଣାପଡ଼ିଛି । ଗତ ୪ ମାସର ରିପୋର୍ଟ ଦେଖିଲେ ରାଜ୍ୟରେ ୮୦ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୧୫୦ଜଣ ଆତ୍ମସମର୍ପଣ ଓ ୧୨୫ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ବାମପନ୍ଥୀ ଉଗ୍ରବାଦ ସହ ଜଡିତ ହିଂସା ଦେଶରେ ୫୨% ହ୍ରାସ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button