କୋଣାର୍କ ମନ୍ଦିରର ଏହି ରହସ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ବନ୍ଧୁଗଣ,କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରାତନ ଘଟଣାବଳୀ,ଯାହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ।ଏହି ସୂର୍ଯ୍ୟ ମନ୍ଦିର ୧୩ ଶତାବ୍ଦୀରେ ତିଆରି କରାଯାଇଥିଲା। ଏହି ମନ୍ଦିର ଓଡ଼ିଶାର ଅବସ୍ତିତ ଓ ପୁରୀଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରକୁ ୧୨୫୦ କାରିଗର ଦ୍ଵାରା ରାଜା ନରସିଂହ ଦେବ ତିଆରି କରିଥିଲେ। ଏହିମନ୍ଦିର ସୂର୍ଯ୍ୟ ଭଗବାନ ଙ୍କୁ ସମର୍ପିତ କରାଯାଇଛି। ଏହିମନ୍ଦିର ଏବେ ପ୍ରାୟତଃ କିଛି ଅଂଶ ଖଣ୍ଡ ଖଣ୍ଡ ହୋଇଗଲାଣି।
ପ୍ରତେକ ଚକ୍ରର ଦୁଇ ପକ୍ଷ କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ କୁ ସୁଚାଇଥାନ୍ତି। ସୂର୍ଯ୍ୟ ଉଦୟ ସମୟରେ ଏହି ମନ୍ଦିର ଏମିତି ଦେଖାଯାଇକି ଯେପରି ମନ୍ଦିର ସୂର୍ଯ୍ୟ ଦେଵତା ଙ୍କୁ ନେଇକି ଯାଉଛି।ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ନୃତ୍ୟ ମନ୍ଦିର ଅବସ୍ଥିତ ଅଛି। ଇତିହାସର ଗ୍ରନ୍ଥ ଅନୁସାରେ ମୁଖ୍ୟ ମନ୍ଦିର ଓ ନୁର୍ତ୍ୟ ମନ୍ଦିର ମଝିରେ ଏକ ଅରୁଣ ସମ୍ଭ ଥିଲା ଯାହା ଅନେକ ଯୁଦ୍ଧ ଯୋଗୁ ପୁରୀ ଜଗନ୍ନାଥ ମନ୍ଦିର କୁ ସ୍ଥାନାନ୍ତର କରାଯାଇଥିଲା।ଏହିମନ୍ଦିର କୁ ତିନିପ୍ରକାର ପଥରରେ ତିଆରି କରାଯାଇଛି।
ଏହି ମନ୍ଦିରର ଉଚତାପ୍ରାୟ ୧୦୦ ଫୁଟୁ ଓ ଏହା ଦେଖିବାକୁ ରଥପରି। ଯେଉଁଥିରେ କି ରଥପରି ଚକ୍ର ଓ ଘୋଡା ଲଗାହୋଇଛି। ଓ ଅନ୍ୟ ଜାଗାରେ ପଥରକୁ କାମକୁଟ କରାଯାଇଛି।ଏହି ମନ୍ଦିର କଳିଙ୍ଗ ବାସ୍ତୁ କଳା ର ଏକ ନମୁନା ଅଟେ। କୋଣାର୍କ ଶବ୍ଦ ଏକ ସଂସ୍କୁତିକ ଶବ୍ଦ ଅଟେ। ଯାହା କୋଣ ଓ ଆର୍କରେ ବନାହୋଇଛି। କୋଣ କୁ ଇଂରାଜୀରେ ଆଙ୍ଗେଲେ କହିଥାନ୍ତି ଓ ଆର୍କ ଶବ୍ଦର ଅର୍ଥ ସୂର୍ଯ୍ୟ ଭଗବାନ କୁ ସମର୍ପଣ କରିବା। ମନ୍ଦିରରେ ଲାଗିଥିବା ଚକ୍ରର ବାରଟି ଅର କ୍ୟାଲେଣ୍ଡରର ବାର ମାସ କୁ ସୁଚେଇ ଥାଏ।
ମନ୍ଦିରର ଫ୍ରେମ ଆଉ ମୂର୍ତ୍ତି କ୍ଲୋରାଇଡି ପଥରରେ ତିଆରି କରାଯାଇଛି।ମନ୍ଦିରର ପ୍ଲାଟଫୋର୍ମ ଲାଟେରାଇଟି ପଥରର ବ୍ୟବହାର କରାଯାଇଛି।ଏବଂ ଅନ୍ୟସବୁ ସ୍ଥାନରେ ଖୋଣ୍ଡଲାଏଟି ପଥରର ବ୍ୟବହାର କରାଯାଇଅଛି।ଏହି ପଥରର କୌଣସି ଅଂଶ ଏଠି ମିଳିନଥାଏ। କାରୀଗର ମାନେ ଏହି ପଥରକୁ ବହୁଦୂରରୁ ସମୁଦ୍ରରେ ଆଣିଥିଲେ। ଏହି ପଥରକୁ ଏମିତି ଭାବେ ସଫା କରି ଲଗାଯାଇଥିଲାକି କୌଣସି ଫଟା ଦାଗ କୌଣସି ଜାଗାରେ ନଥିଲା।
ମନ୍ଦିରର ଭିତରେ ଏକ ଉପର ଅଂଶ ଥିଲା ଯାହାକୁ ବିମାନ କୁହାଯାଉଥିଲା।ମନ୍ଦିରର ଚାରିପଟେ କଳା, ସଂସ୍କୃତି, ନୁର୍ତ୍ୟ ର ଚିତ୍ର କରାଯାଇଛି।ଏହି ମନ୍ଦିର ମୁଖ୍ୟ ଦ୍ଵାରରେ ଏକ ସିଂହ ଓ ଏକ ହାତୀର ମୂର୍ତ୍ତି ଅଛିଯାହାକି ସବୁବେଳେ ଦର୍ଶାଇଥାନ୍ତି କି ସବୁବେଳେ ଆକ୍ରମଣ ପାଇଁ ସଜାଗ ଅଛନ୍ତି।କେତେକ ପ୍ରମାଣ କୁ ଭିତ୍ତି କରି କୁହାଯାଇଛିକି ଏହିମନ୍ଦିର ୯ ଶତାବ୍ଦୀରେ ମଧ୍ୟ ଏହି ମନ୍ଦିର ଥିଲା।
କେତେକ ପୁରାଣରେ ସୂର୍ଯ୍ୟ ମନ୍ଦିର କଥା ଅଛି ଯେଉଁଥିରେକି କୋଣାର୍କ ମନ୍ଦିରର କଥାତ ନିଶ୍ଚୟ ଅଛି କିନ୍ତୁ ଅନ୍ୟ କେତେକ ମନ୍ଦିର ବିଷୟରେ ଲେଖାଅଛି ଯଥା ମଥୁରା ଓ ମୂଲତାନ।ମନ୍ଦିରର ବିନାଶ ଏକ ବିବାଦୀୟ ବିଷୟରେ ବର୍ଣିତ ଅଛି। ମରାଠା ଙ୍କ ଶାସନ କାଳରେ ଏହି ମନ୍ଦିରରେ ଦାନ ଦେବାର କଥା ଅଛି।ମୋଗଲ ଙ୍କ ଶାସନ କାଳରେ ଏହି ମନ୍ଦିର ଉପରେ ଆକ୍ରମଣ ମଧ୍ୟ ହୋଇଥିଲା।