ଦେଶ

ପୁଣିଥରେ ବିବାଦରେ ଡ୍ରାମା କୁଇନ ରାକ୍ଷୀ – Ibnodisha

[ad_1]

ନୂଆଦିଲ୍ଲୀ: ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ପୁଣିଥରେ ବିବାଦକୁ ଆସିଛନ୍ତି। ରାକ୍ଷୀଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନି ପୂର୍ବତନ ସ୍ତ୍ରୀଙ୍କ ବିରୋଧରେ ନିଜର ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି। ଏଭଳି ମାମଲା ରୁଜୁ ହେବାପରେ ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦ୍ବାରସ୍ଥ ହୋଇ ସେ ଅଗ୍ରୀମ ଜାମିନ ପାଇଁ ଦାବି କରିଛନ୍ତି। ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଛନ୍ତି। ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହେବ।

ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ କରି ଦେଇଛନ୍ତି। ଏହି ମାମଲାରେ ରାକ୍ଷୀ ଗିରଫଦାରୀରୁ ବଞ୍ଚିବା ପାଇଁ ଅଗ୍ରମୀ ଜାମିନ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ  ରାକ୍ଷୀଙ୍କ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ରାକ୍ଷୀ ଓ ଆଦିଲଙ୍କ କଥା କହିବାକୁ ଗଲେ ଦୁହେଁ ଲୁଚିଲୁଚି ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶୀଦିନ ତିଷ୍ଠି ପାରି ନଥିଲା। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାପରେ ଆଦିଲ ସୋମି ଖାନଙ୍କୁ ନିକଟରେ ବିବାହ କରିଥିବା ବେଳେ ରାକ୍ଷୀ ଏବେ ବିଦେଶରେ ଅଛନ୍ତି। ରାକ୍ଷୀ ଓ ଆଦିଲ ଅଲଗା ହୋଇଯାଇଛନ୍ତି ସତ କିନ୍ତୁ ପରସ୍ପର ବିରୋଧରେ ଅଭିଯୋଗ କରିବା ଏବେ ବି ଜାରି ରଖିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button