ଦେଶ

ଜେଲ୍‌ରେ ମଶା ଦାଉରୁ ତ୍ରାହି ପାଉନାହାନ୍ତି ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ପାଇଥିବା ଚନ୍ଦ୍ରବାବୁ ନାଇଡୁ – Ibnodisha

[ad_1]

ହାଇଦ୍ରାବାଦ: ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ମିଳିଥିଲେ ବି ଜେଲ୍‌ରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମଶା ଦାଉରୁ ତ୍ରାହି ପାଉ ନ ଥିବା କଥା ତାଙ୍କ ପୁଅ କରିଥିବା ‘ଏକ୍ସ୍‌’ ପ‌ୋଷ୍ଟରୁ ଜଣାପଡ଼ିଛି।

‘ଏକ୍ସ୍‌’ କରି ତାଙ୍କ ପୁଅ ନର ଲୋକେଶ ସନ୍ଦେହ ବ୍ୟକ୍ତ କରିଛନ୍ତି ଯେ, ମାରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତାଙ୍କ ବାପାଙ୍କୁ ଜେଲ୍‌ରେ ପୂରାଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ‘ଟିଡିପି’ ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତଙ୍କ ଆଦେଶକ୍ରମେ ଜେଲ୍‌ର ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

ସମ୍ପ୍ରତି ଚନ୍ଦ୍ରବାବୁ ନାଇଡୁଙ୍କୁ ରଖାଯାଇଥିବା ଆନ୍ଧ୍ର ପ୍ରଦେଶର ‘ରାଜାମୁନ୍ଦ୍ରୀ ସେଣ୍ଟ୍ରାଲ୍‌ ଜେଲ୍‌’ରେ ଅଳ୍ପ ଦିନ ତଳେ ଜଣେ କଏଦୀ ଡେଙ୍ଗୁଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ବୋଲି ନର ଲୋକେଶ କହିଛନ୍ତି। ସେହି କାରଣରୁ ସେ ତାଙ୍କ ବାପାଙ୍କ କଥା ନେଇ ଚିନ୍ତିତ ଥିବା କଥା ସୂଚାଇଛନ୍ତି।

Image Courtesy of ANI

ଜେଲ୍‌ରେ ମଶା ଦଂଶନ କରୁଥିବା କଥା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରୁଥିଲେ ବି କର୍ତ୍ତୃପକ୍ଷମାନେ ତାଙ୍କ କଥାକୁ ଉପେକ୍ଷା କରୁଥିବା ନର ଲୋକେଶ ଅଭିଯୋଗ କରିଛନ୍ତି।

ସେହିପରି, ଆନ୍ଧ୍ର ପ୍ରଦେଶ ‘ଟିଡିପି’ ଅଧ୍ୟକ୍ଷ କିଞ୍ଜାରାପୁ ଆତ୍‌ଚାନାଇଡୁ ମଧ୍ୟରେ ଜେଲ୍‌ରେ ଭୟାବହ ମାଶ ସଂକ୍ରମଣ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଡେଙ୍ଗୁ ଯୋଗୁଁ ଜଣେ କଏଦୀଙ୍କର ମୃତ୍ୟୁ ଘଟିବାରୁ ଜେଲ୍‌ରେ ମଶା ସଂକ୍ରମଣ ଉଦ୍‌ବେଗର କାରଣ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।

ସ‌େ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଯାହା ସବୁ ସୁବିଧା ଯୋଗାଇ ଦେବା ପାଇଁ ଅଦାଲତ ଆଦେଶ ଦେଇଛନ୍ତି ଜେଲ୍‌ କର୍ତ୍ତୃପକ୍ଷ ତାହା ସମ୍ପନ୍ନ କରୁ ନାହାନ୍ତି।

‘ଟିଡିପି’ ଶାସନକାଳରେ ରାଜ୍ୟର ଅର୍ଥମନ୍ତ୍ରୀ ଥିବା ୟାନାମାଲା ରାମ କ୍ରିଷ୍ଣୁଡୁ ମଧ୍ୟ ଗଣମାଧ୍ୟମ ଆଗରେ ଜେଲ୍‌ରେ ହେଉଥିବା ମଶା ଉପଦ୍ରବ ବିଷୟ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button