ଦେଶ

‘ଇସ୍‌କନ୍‌’ ମହାଠକ, କଂସେଇମାନଙ୍କୁ ଗାଈ ବିକୁଛି: ‘ବିଜେପି’ ସାଂସଦ ମେନକା ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ: ନିଜ ଗୋଶାଳାଗୁଡ଼ିକରୁ କଂସେଇମାନଙ୍କୁ ଗାଈ ବିକ୍ରୟ କରୁଥିବାରୁ ଆମ ଦେ‌ଶରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସୋସାଇଟି ଫର୍‌ କ୍ରିଷ୍ଣା କନ୍‌ସାୟସ୍‌ନେସ୍‌’ ବା ‘ଇସ୍‌କନ୍‌’ ମହାଠକ ବୋଲି ସମାଲୋଚନା କରି ‘ବିଜେପି’ ସାଂସଦ ମେନକା ଗାନ୍ଧୀ କହିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ମେନକା ଗାନ୍ଧୀ କହୁଛନ୍ତି: ଦେଶରେ ‘ଇସ୍‌କନ୍‌’ ହେଉଛି ମହାଠକ। ଗୋଶାଳା ରକ୍ଷଣାବେକ୍ଷଣ କରି ଏହା ବ୍ୟାପକ ଜମି ସମେତ ସରକାରଙ୍କଠାରୁ ଅନେକ ଉପକାର ପାଉଛି।

ତା’ପରେ ସେ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଥିବା ‘ଇସ୍‌କନ୍‌’ ଗୋଶାଳା ପରିଦର୍ଶ କଥା ସ୍ମରଣ କରି ସେଠାରେ ସେ ଦୁଗ୍ଧ ଦେଉଥିବା କିଂବା ବାଛୁରୀ ଥିବା ଗୋଟିଏ ହେଲେ ଗାଈ ଦେଖିବାକୁ ପାଇଲେ ନାହିଁ ବୋଲି କହୁଛନ୍ତି। ସେ କହୁଛନ୍ତି: ସମଗ୍ର ଗୋଶାଳାରେ ଗୋଟିଏ ହେଲେ ଧଣୁଆଁ ଗାଈ (ଦୁଗ୍ଧ ଦେଉଥିବା ଗାଈ) ନ ଥିଲେ। ବାଛୁରୀଟିଏ ବି ନ ଥିଲା। ଏହାର ଅର୍ଥ ସେ ସବୁକୁ ବିକ୍ରି କରାଯାଇଥିଲା।

ମେନକା ଅଭିଯୋଗ କରିଛନ୍ତି, ‘ଇସ୍‌କନ୍‌’ ତା’ର ଗାଈ ସବୁ କଂସେଇମାନଙ୍କୁ ବିକ୍ରି କରୁଛି। ସେମାନେ ଯେତେ ଗାଈ ବିକୁଛନ୍ତି, ସେତେ ଗାଈ ଅନ୍ୟ କେହି ବିକ୍ରି କରୁନାହାନ୍ତି। ଏମିତି କରି ସେମାନେ ବାଟଘାଟରେ ‘ହରେ ରାମ ହରେ କୃଷ୍ଣ’ ଗାଉଛନ୍ତି। ତା’ଛଡ଼ା ସେମାନେ କହୁଛନ୍ତି ଯେ, ଦୁଗ୍ଧ ଉପରେ ହିଁ ସେମାନଙ୍କ ସମଗ୍ର ଜୀବନ ନିର୍ଭରଶୀଳ। ସେମାନେ କଂସେଇମାନଙ୍କୁ ଯେତେ ଗାଈ ବିକିଲେଣି, ବୋଧହୁଏ ସେତେ ଗାଈ ଆଉ କେହି ବିକି ନ ଥିବେ।

ଉଲ୍ଲେଖଯୋଗ୍ୟ, ପ୍ରାଣୀ ଅଧିକାରକର୍ମୀ ମେନକା ଗାନ୍ଧୀ ପ୍ରାଣୀ ମଙ୍ଗଳ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ କରିଥିବା ଅଭିଯୋଗ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ‘ଇସ୍‌କନ୍‌’ କୌଣସି ପ୍ରତ୍ୟୁତ୍ତର ଦେଇ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button