ରାଜନୀତି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ଦାବି କଲା ବିଜେପି ପ୍ରତିନିଧିମଣ୍ଡଳୀ – Ibnodisha

[ad_1]

*ସରକାରୀ କର୍ମଚାରୀ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ

: ଦିଲୀପ ମଲ୍ଲିକ*

 ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ
 ଆଠଗଡ ମେଡିକାଲର କିରାଣୀ ସନ୍ତୋଷ ମିଶ୍ର, ଭଦ୍ରକ ଜିଲ୍ଲା ସାଳନ୍ଦି ଡିଭିଜନ ଜଳସେଚନ ଅଫିସ କର୍ମଚାରୀ ପରମେଶ୍ୱର ମଲ୍ଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
 ବଲାଙ୍ଗିର ଜିଲ୍ଲା ମିଶନ ଶକ୍ତିର ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀଙ୍କୁ ବହିଷ୍କାର କରାଯାଉ
 ସରକାରୀ ଅଧିକାରୀମାନେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରନ୍ତି ତାହାଲେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କିଭଳି ହେବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି

ଭୁବନେଶ୍ୱର, : ନିର୍ବାଚନ ଯେତେ ନିକଟ ହେଉଛି ସେତେ ମାତ୍ରାରେ ଜନତାଙ୍କୁ ପ୍ରଭାବିତ କରିବା, ସଭା କରିବା, ଶପଥ କରାଇବା, ଟଙ୍କା ବାଂଟିବା ଭଳି ଘୃଣ୍ୟ କାର୍ଯ୍ୟକରି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛି ବିଜୁ ଜନତା ଦଳ । ପୂର୍ବ ଭଳି ନିର୍ବାଚନ ବୈତରଣୀ ପାରହେବା ଲାଗି ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ବିଜେଡି ନିଜର କର୍ମୀ ଭଳି ବ୍ୟବହାର କରିବା ସହ ମିଶନଶକ୍ତି ଅଧିକାରୀଙ୍କ ମାଧ୍ୟମରେ ମହିଳା ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି, ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ । ବିଜେଡି କଳ, ବଳ ବ୍ୟବହାର କରି ପୂର୍ବରୁ ନିର୍ବାଚନ ଡଙ୍ଗା ପାର ହେଉଥିଲା କିନ୍ତୁ ଏଥର ଓଡିଶାର ଜନତା ସଚେତନ ହେବା ସହ ଭାରତୀୟ ଜନତା ପାର୍ଟି ମଧ୍ୟ ବିଜେଡିର ହୀନକାର୍ଯ୍ୟକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଆସୁଛି । ପ୍ରକାଶଥାଉ କି, ଆଠଗଡ ନିର୍ବାଚନ ମଣ୍ଡଳୀରେ ଇଦୁଲ୍ ଫିତର ସଭା ନାଁରେ ବିଜେଡି ବ୍ୟାନରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଫଟୋ ଓ ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଫଟୋ ସହ ଦଳୀୟ ଚିହ୍ନ ରହିଛି । ସେହି ସଭାରେ ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ସଭାରେ ବସି ଭାଷଣ ଦେଉଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ଏମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଛି ବିଜେପି ପ୍ରତିନିଧିମଣ୍ଡଳୀ ।
ସେହିପରି ଆଠଗଡ ମେଡିକାଲର କିରାଣୀ ସନ୍ତୋଷ ମିଶ୍ର ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ପ୍ରଚାର କରୁଛନ୍ତି । ଭଦ୍ରକ ଜିଲ୍ଲା ସାଳନ୍ଦି ଡିଭିଜନ ଜଳସେଚନ ଅଫିସ କର୍ମଚାରୀ ପରମେଶ୍ୱର ମଲ୍ଲିକ ବଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ସହିତ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଯାହାର ଫଟୋ ଓ ଭିଡିଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ପ୍ରତିନିଧିମଣ୍ଡଳି ।
ସେହିପରି ବଲାଙ୍ଗିର ଜିଲ୍ଲା ମିଶନ ଶକ୍ତିର ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମା’ମାନଙ୍କୁ କଲ୍ କରି ଭୋଟ ଦେବାକୁ କହୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ଯଥାଶୀଘ୍ର ସୁମନ ଦ୍ୱିବେଦୀଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ତାଙ୍କର ମ୍ୟାନେଜର ପଦବୀରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ବାରମ୍ବାର ଯଦି ସରକାରୀ ଅଧିକାରୀମାନେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରନ୍ତି ତାହାଲେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କିଭଳି ହେବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି ସର୍ବଦା ମୁକ୍ତ ନିର୍ବାଚନ ଚାହେଁ କିନ୍ତୁ ବିଜେଡି ନିର୍ବାଚନ ବୈତରଣୀ ପାରହେବା ପାଇଁ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛି । ବିଜେଡି ଏଥିରୁ ନିବୃତ ରହୁ ଏବଂ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉର୍ମିଳା ମହାପାତ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ରାଜ୍ୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button