ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନା ଚକ୍ର – Ibnodisha
[ad_1]
ଉପନିବେଶବାଦୀ ମାନସିକତାରୁ ମୁକ୍ତ ହୋଇ ସ୍ୱ-ଆଧାରିତ ଭାରତର ନିର୍ମାଣ ଆମର ସଂକଳ୍ପ ହେଉ : ରାଜୀବ ପୁରୀ
ଭୁବନେଶ୍ୱର : ଉପନିବେଶବାଦୀ ମାନସିକତାରୁ ମୁକ୍ତ ହୋଇ ସ୍ୱ-ଆଧାରିତ ଭାରତର ନିର୍ମାଣ ଆମର ସଂକଳ୍ପ ହେଉ । ଦିନେ ଭାରତ ବିଶ୍ୱ ଅର୍ଥନୀତିର ଅଗ୍ରଣୀ ସ୍ଥାନରେ ଥିଲା । ଇଂଗ୍ରେଜ ଶାସନ ଅମଳରେ ତାହା ଦୁର୍ବଳରୁ ଦୁର୍ବଳତମ ସ୍ଥାନକୁ ପଳାଇଗଲା ଏବଂ ୧୯୪୭ ବେଳକୁ ଭାରତ ଏକ ଗରିବ ରାଷ୍ଟ୍ର ଭାବେ ପରିଗଣିତ ହେଲା । କଂଗ୍ରେସ ଶାସନରେ ଭାରତ ଆଶାନୁରୂପ ପ୍ରଗତି କରିପାରିଲା ନାହିଁ । ମୋଦି ସରକାରଙ୍କ ଆଗମନ ପରେ ଭାରତ ଦୃତଗତିରେ ଅଗ୍ରଗତି କରି ଆଜି ବିଶ୍ୱର ପଂଚମ ଅର୍ଥନୀତି ଓ ଚତୁର୍ଥ ଶ୍ରେଷ୍ଠ ସୈନ୍ୟଶକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଭାରତୀୟ ସଂସ୍କୃତିର ପରିବାର ପରିକଳ୍ପନା ସାରା ବିଶ୍ୱକୁ ଗୋଟିଏ ପରିବାରଭାବେ ଗ୍ରହଣ କରିବା ଦୁଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ସର୍ବତ୍ର ଗ୍ରହଣୀୟ ହେଲା ଏବଂ ଧୀରେ ଧୀରେ ଭାରତ ସାରା ବିଶ୍ୱର ନେତୃତ୍ୱ ନେବା ଆରମ୍ଭ କରିଛି । ମୋଦିଜୀଙ୍କର ପ୍ରସ୍ଥାବରେ ଯୋଗ ଦିବସ ବିଶ୍ୱରେ ଆଦୃତି ଲାଭ କଲା । ପର୍ଯ୍ୟାବରଣ ଓ ପରିବେଶ ମୋଦିଜୀଙ୍କ ପ୍ରସ୍ତାବ ମଧ୍ୟ ଆଜି ସମଗ୍ର ବିଶ୍ୱ ଗ୍ରହଣ କରୁଅଛି । ୟୁକ୍ରେନ-ଋଷିଆ ଯୁଦ୍ଧ ହେଉ କିମ୍ବା ଇଜରାଇଲ-ହମାସ୍ ଯୁଦ୍ଧ ହେଉ ଉଭୟ କ୍ଷେତ୍ରରେ ଭାରତ ଲୋକଙ୍କୁ ନିରାପଦରେ ଫେରାଇ ଆଣି ପ୍ରବାସୀ ଭାରତୀୟଙ୍କ ମନରେ ଆଶାର ସଂଚାର ସୃଷ୍ଟି କରିଛନ୍ତି ମୋଦିଜୀ । ଆଗାମୀ ଦିନରେ ଭାରତକୁ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରଭାବେ ପ୍ରତିଷ୍ଠିତ କରିବା ପାଇଁ ସ୍ୱନାମଧନ୍ୟ ବକ୍ତା ଶ୍ରୀଯୁକ୍ତ ରାଜୀବ ପୁରୀ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତି ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଲେଟ୍ନାଂଟ ଜେନେରାଲ ନାରାୟଣ ମହାନ୍ତି କରିଥିଲେ । ସଭା ପ୍ରାରମ୍ଭରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି ଦୀପ ପ୍ରଜ୍ୱଳନ କରିଥିଲେ । ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ସଜ୍ଜନ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ଥାବନା ରଖିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ସଭା ସଂଚାଳନ କରିଥିଲେ । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଅତିଥି ଓ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
[ad_2]