ରାଜନୀତି

ଅନିବାର୍ଯ୍ୟ ଥିଲା ବିଜେଡିରୁ ଇସ୍ତଫା: ଅନୁଭବ – Ibnodisha

[ad_1]

ଭୁବନେଶ୍ୱର: କିଛି ଅଦୃଶ୍ୟ ଶକ୍ତିଯୋଗୁ ଗତ ୪ ବର୍ଷ ହେଲା ଅଣନିଶ୍ୱାସୀ ହୋଇପଡ଼ିଛି । ମୁଁ ରାଜନୀତି ଛାଡ଼ିବି ନାହିଁ । କିନ୍ତୁ ବିଜେଡିରୁ ଇସ୍ତଫା ଅନବାର୍ଯ୍ୟ ଥିଲା । ଆଜି ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ସାଂସଦ ଏଭଳି କିଛି କ୍ଷୋଭ ଜଣାଇଛନ୍ତି । ବିଜେଡି ସୁପ୍ରିମୋକୁ ଲେଖିଥିବା ଇସ୍ତଫାପତ୍ରରେ ଏଭଳି କିଛି ଲେଖିଛନ୍ତି ଅନୁଭବ ।୨୦୧୪ରେ ବିଜେଡି ଟିକେଟରେ ଅନୁଭବ ରାଜ୍ୟସଭା ଯାଇଥିଲେ । ଅନଙ୍ଗ ଉଦୟ ସିଂଦେଓଙ୍କ ବଦଳରେ ତାଙ୍କୁ ରାଜ୍ୟସଭା ପଠାଇଥିଲା ଦଳ । ପରବର୍ତ୍ତୀ ସମୟରେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ କେନ୍ଦ୍ରାପଡା ଆସନରୁ ଲଢେ଼ଇଥିଲା । ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ବ୍ୟବଧାନରେ ଅନୁଭବ ହରାଇ ଲୋକସଭା ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ । ବୈବାହିକ ମାମଲାରେ ବିବାଦୀୟ ହେବା ପରେ ଦଳ ତାଙ୍କୁ କୋଣଠେସା କରିଥିଲା । ଦୀର୍ଘ ବର୍ଷ ହେଲା ଦଳର କାର୍ୟ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉନଥିଲା । ଦଳରେ ସେ ଏକପ୍ରକାର କୋଣଠେସା ହୋଇ ରହିଥିଲେ । ନିକଟରେ ଦଳ କେନ୍ଦ୍ରାପଡା ଆସନ ଲାଗି ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ଏହା ପରେ ଆଜି ଅନୁଭବ ବିଜେଡି ଛାଡିଛନ୍ତି । ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button