ବିଜେପିରେ ମିଶିଲେ କାରଖାନା ଭାଉଜ – Ibnodisha
[ad_1]
ଭୁବନେଶ୍ବର : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି । ତେବେ ଏବେକାର ସବୁଠାରୁ ବଡ଼ ତଥା ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ତାହା ହେଲା ରାସ୍ତାକଡ଼ରେ ‘କାର ଖାନା’ ନାମକ ଏକ ରେଷ୍ଟୁରାଷ୍ଟ୍ର ଖୋଲି ବିଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦୁଇ ଯାଆ ଏବେ ବିଜେପିରେ ମିଶିଛନ୍ତି । ରାଜଧାନୀ ଭୁବନେଶ୍ବରରେ କାର୍ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ବିଜେପିର ସଦସ୍ୟତା ହାସଲ କରିଥିଲେ । ଏହି ସମୟରେ ବିଜେପି ଏସ୍ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ‘କାର ଖାନା’ ବେଶ କିଛି ମାସ ହେଲାଣି ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।
The post ବିଜେପିରେ ମିଶିଲେ କାରଖାନା ଭାଉଜ appeared first on ONA KHABAR.
[ad_2]