ରାଜନୀତି

ରାଜ୍ୟରେ ବିଜେପିର ଦବ୍‌ଦବା, ୧୮ ରାଜ୍ୟରେ କଡା ଟକ୍କର – Ibnodisha

[ad_1]

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଏ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନୀ ଋତୁରେ ଜନତାଙ୍କ ରାୟ ଜାଣିବା ଲାଗି ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ପକ୍ଷରୁ ଜନମତ ସର୍ଭେ କରାଯାଇଛି । ସର୍ଭେର ପ୍ରଥମ ଭାଗ ଚିତ୍ର ମୁତାବକ ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଏନ୍‌ଡିଏ ଓ ‘ଇଣ୍ଡିଆ’ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।
ସର୍ଭେର ପ୍ରଥମ ଭାଗରେ ୧୮ ରାଜ୍ୟର ୨୮୨ ଲୋକସଭା ଆସନକୁ ହିସାବକୁ ନିଆଯାଇଛି । ଏହା ମୁତାବକ ଉକ୍ତ ୨୮୨ ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୧୧୮ ହାସଲ କରିବ । ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟ ୧୧୦ ଆସନ ହାତେଇବ । ସେହିଭଳି ବିଜେଡି, ବିଆର୍‌ଏସ୍ ଏବଂ ୱାଇଏସ୍‌ଆର୍‌ସିପି ଭଳି ଦଳଗୁଡ଼ିକ ୫୪ଟି ଆସନ ଜିତିବେ । ସେପ୍ଟେମ୍ବର ୨୦ ଓ ଅକ୍ଟୋବର ୩ ମଧ୍ୟରେ ଏହି ସର୍ଭେ ହୋଇଥିଲା । ଏଥିରେ ମୋଟ ୫୪,୨୫୦ ଲୋକଙ୍କ ମତାମତ ନିଆଯାଇଥିଲା । ଆଜି ସର୍ଭେର ପ୍ରଥମ ଭାଗ ପ୍ରସାରଣ ହୋଇଛି । ଦ୍ୱିତୀୟ ଓ ତୃତୀୟ ଭାଗ ଯଥାକ୍ରମେ ଶୁକ୍ରବାର ଓ ଶନିବାର ପ୍ରସାରଣ ହେବ । ତେଣୁ ଶନିବାର ସର୍ଭେର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିପାରିବ । ଗୁଜରାଟ,  ୟୁପି  ଓ ମହାରାଷ୍ଟ୍ର ଭଳି ରାଜ୍ୟର ଚିତ୍ର ସାମ୍ନାକୁ ଆସିବା ପରେ ମୋଟ୍ ୫୪୩ ଆସନରେ ଏନ୍‌ଡିଏ ପଲା ଭାରି ହୋଇପାରେ । ସର୍ଭେର ପ୍ରଥମ ଭାଗ ମୁତାବକ ୫ରୁ ଅଧିକ ରାଜ୍ୟରେ ବିଜେପିର ଅଧିକ ଦବ୍‌ଦବା ଦେଖିବାକୁ ମିଳିବ । ଦଳ ଆସାମ, କର୍ଣ୍ଣାଟକ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସର୍ବାଧିକ ଭୋଟ୍ ହାସଲ କରିନେବ । ଏଠାରେ ଦଳର ବିଶେଷ ପ୍ରଭାବ ଦେଖିବାକୁ ମିଳିବ । ଏହା ମୁତାବକ ଆସାମର ୧୪ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୪୨% (୧୨ ଆସନ) ମିଳିବାକୁ ଥିବା ବେଳେ କଂଗ୍ରେସକୁ ୨୯% ଏବଂ ଅନ୍ୟ ଦଳଗୁଡ଼ିକୁ ୨୯% ମିଳିବ । କର୍ଣ୍ଣାଟକର ୨୮ ଲୋକସଭା ଆସନ ମଧ୍ୟରୁ ବିଜେପି ସର୍ବାଧିକ ୪୪% ଭୋଟ୍ ହାତେଇବ । ଏଠାରେ ବିଜେପି-ଜେଡିଏସ୍ ମେଣ୍ଟର ବିଜୟ ହେବ । ବିଜେପି ଏଠାରେ ୧୬ ଆସନ ହାତେଇପାରେ । କଂଗ୍ରେସ ୪୦% ଭୋଟ୍ ହାସଲ କରିବା ସମ୍ଭାବନା ରହିଛି ।
ଛତିଶଗଡ଼ର ୧୧ ଲୋକସଭା ଆସନରେ ବିଜେପିକୁ ସର୍ବାଧିକ ୪୬% ଭୋଟ୍ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୪୩% ମିଳିବ । ଅନ୍ୟ ଦଳଗୁଡ଼ିକ ୧୧% ଭୋଟ୍ ପାଇବା ସମ୍ଭାବନା ରହିଛି । ତେବେ ବିଜେପି ଏଠାରେ ୨ଟି ସିଟ୍ ହରାଇବା ଆଶଙ୍କା ରହିଛି । ଏଠାରେ ଦଳକୁ ୭ଟି ଆସନ ମିଳିପାରେ । କଂଗ୍ରେସ ପୂର୍ବ ତୁଳନାରେ ୨ଟି ଅଧିକ ଆସନ ପାଇବ । ରାଜସ୍ଥାନର ୨୫ ଲୋକସଭା ଆସନରେ ବିଜେପିକୁ ସର୍ବାଧିକ ୪୯% ଭୋଟ୍ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୪୧% ମିଳିବ । ବିଜେପି ଏଥର ଏଠାରେ ୨୩ ଆସନ ହାତେଇପାରେ । କଂଗ୍ରେସ ୨ଟି ଆସନ ହାତଛଡ଼ା କରିପାରେ । ମଧ୍ୟପ୍ରଦେଶର ୨୯ ଲୋକସଭା ଆସନରେ ବିଜେପିକୁ ୪୮% ଭୋଟ୍ ମିଳିବ । କଂଗ୍ରେସ ୪୧% ଭୋଟ୍ ହାତେଇବ । ବିଜେପି ଏଠାରେ ୩ଟି ଆସନ ହରାଇବ ଏବଂ ଏହାକୁ ମୋଟ ୨୫ଟି ମିଳିବ । କଂଗ୍ରେସ ୪ଟି ଆସନ ପାଇପାରେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button