ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ମନକଥା କହିଲେ ପାଣ୍ଡିଆନ – Ibnodisha

[ad_1]

ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ
ରାଜନୈତିକ କ୍ୟାରିୟର ନୁହେଁ କାଳିଆ କାମ ଆଗ

ଭୁବନେଶ୍ୱର: ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବବେଗ ଅତି ଗଭୀର ଭାବେ ଜଡ଼ିତ । ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି । ରୂପାନ୍ତରଣ ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କତାମୂଳକ ପରାମର୍ଶ ଦେଇଥିଲେ । ତେଣୁ ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚାଲେଞ୍ଜ ଥିଲା ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଭୁବନେଶ୍ୱରରେ ଆୟୋଜିତ ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ରାଜନୈତିକ ଭବିଷ୍ୟତକୁ ଭ୍ରୁକ୍ଷେପ ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ । ପରିକ୍ରମା ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଲୋକମାନେ ମୋତେ ବିଶ୍ୱାସ ଓ ଭରସା କରିବା ସହ ଅକୁଣ୍ଠ ଭଲପାଇବା ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କର ରହିଛି ଅକୁଣ୍ଠ ଭଲପାଇବା ଓ ବିଶ୍ୱାସ । ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ ନକରିବି ଇତିହାସ ମୋତେ କ୍ଷମା ଦେବନି । ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ଏହାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିବା ସହ ପରିକ୍ରମା ପ୍ରକଳ୍ପକୁ ଆଗେଇ ନେଇଥିଲେ ।

ପାଣ୍ଡିଆନ କହିଥିଲେ ଯେ ୭୦୦ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଆସିଛି ରୂପାନ୍ତରଣ । ଶ୍ରୀମନ୍ଦିର ରୂପାନ୍ତରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା । ବହୁ ବଡ଼ ବଡ଼ ରାଜା ଓ ବ୍ରିଟିଶ୍ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ । କିନ୍ତୁ ଶ୍ରୀମନ୍ଦିର ରୂପାନ୍ତରଣ କାମ ଯିଏ ବି ଆରମ୍ଭ କରିଥିଲେ ସେମାନେ ୧୫ ଦିନରୁ ମାସେ ମଧ୍ୟରେ ଓହରିଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଏହି ରୂପାନ୍ତରଣକୁ ଗଜପତି ମହାରାଜା ମଧ୍ୟ ପ୍ରଶଂସା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button