ରାଜନୀତି

୪୫ ବର୍ଷରେ ପଦ୍ମ ଦଳ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟିର ୪୫ତମ ସ୍ଥାପନା ଦିବସ । ୪୪ ବର୍ଷ ପୂର୍ବେ ଆଜିର ଦିନରେ ସମୁଦ୍ର କୂଳରେ ବିଜେପିର ସ୍ଥାପନା କରାଇଯାଇଥିଲା । ୧୧ ଜଣ ବ୍ୟକ୍ତି ବିଶେଷଙ୍କୁ ନେଇ ଆରମ୍ଭ କରାଯାଇଥିବା ଦଳ ଆଜି ଦେଶର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି । ୨ ସାସଂଦରୁ ଆଜି ସଂଖ୍ୟା ୩୦୩ରେ ପହଞ୍ଚି ପାରିଛି । ଆଜିକା ସମୟ ଭାରତ ପାଇଁ ଅମୃତକାଳ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଦିନକୁ ଦିନର ବିଜେପି ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚଳିତ ଲୋକସଭାରେ ୪୦୦ ପାର କରିବା ନେଇ ମୋଦି ଆହ୍ବାନ ଦେଇଛନ୍ତି । ବାଜପେୟୀଙ୍କ ସଂଘର୍ଷ, ରାଷ୍ଟ୍ରବାଦ, ଆଦର୍ଶ ଏବଂ ସୁଶାସନ ପାଇଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ଦଳ । ବାଜପେୟୀ ଜନ୍ମ ଦେଇଥିବା ଶିଶୁ ଆଜି ୪୫ ବର୍ଷରେ ପାଦ ଥାପିଛି । ୬ ଏପ୍ରିଲ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିର ସ୍ଥାପନା କରାଯାଇଥିଲା ।
ପ୍ରଥମେ ୧୯୮୪ ମସିହାରେ ଦଳ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ ହେଁ ୨ ଆସନରେ ହିଁ ବାଜି ମାରିଥିଲେ। କିନ୍ତୁ ହାର ମାନି ନଥିଲା ଦଳ । ତଳୁ ଉଠି ପୁଣି ଅଣ୍ଟା ସଳଖି ୧୯୮୯ ମସିହାରେ ନିର୍ବାଚନରେ ସାମିଲ ହୋଇଥିଲା । ଜନସଂଘ ବର୍ଷ ୧୯୫୨ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଦ୍ଭୁତ ପୂର୍ବ ସଫଳତା ସତ୍ତ୍ବେ ଜନସଂଘ ୩ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ୧୯୮୪ରେ ୨ ଆସନରେ ସଫଳତା ମିଳିଥିବା ବେଳେ ୧୯୮୯ ମସିହାରେ ଏହା ୮୬ ହେବାରେ ସଫଳ ହୋଇଥିଲା । ଏହି ସମୟରେ ଦଳର ମଙ୍ଗ ଧରିଥିୱେ ଲାଲକୃଷ୍ଣ ଆଡଭାନୀ । ଏକ ବଡ ବିଜୟ ପାଇଁ ରଣନୀତି ଆରମ୍ଭ କରିଥିଲା ବିଜେପି । ୧୯୮୯ରେ ୨୨୫ଜଣ ପ୍ରାର୍ଥୀ ଦେଇଥିବା ବେଳେ ୧୯୯୧ରେ ତାହା ଦୁଇଗୁଣା କରି ୪୬୮ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା । ଏହାପରେ ୧୦୦ ପାର୍ ହୋଇଥିଲା । ୧୨୦ ଆସନରେ ବାଜି ମାରିନେଇଥିଲା ଦଳ । ୧୯୯୧ ପରେ ୧୯୯୬ ପାଇଁ କଣ୍ଟା ସାଜିଲା କଂଗ୍ରେସ । ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ମୁଖ୍ୟ ବିରୋଧୀ ଥିଲା ବିଜେପି । ଏହା ଏକ ପ୍ରକାର ବିଜେପି ପାଇଁ କଷ୍ଟକର ହୋଇଥିଲେ ମଧ୍ୟ ରଣନୀତି ଆପଣାଇ ବିର ହେବା ପାଇଁ କସରତ ଆରମ୍ଭ କରାଯାଇଥିଲା । ୧୫୦ ପାର ହୋଇ ୧୬୧ ଆସନରେ ବାଜି ମାରିଥିଲା । କିନ୍ତୁ ଭାଗ୍ୟ ସାଥ ଦେଇନଥିଲା । ସଂଖ୍ୟ ଗରିଷ୍ଠତା ନଦେଇପାରିବା କାରଣରୁ ଭାଙ୍ଗି ଯାଇଥିଲା ସରକାର । ପୁଣି ସରକାରଙ୍କ ହାତକୁ ଚାଲିଗଲା ସରକାର । ଏହାପରେ ମଧ୍ୟ ୧୯୯୮ ନିର୍ବାଚନରେ ପୁଣି ସରକାର ଗଢିବା ପାଇଁ ରଣନୀତି ଆପଣାଇଲା ଦଳ। ବହୁମୁଖୀ ଯୋଜନା, ଜନମଙ୍ଗଳକାରୀ କାର୍ୟ୍ୟ ଏବଂ ବିରୋଧୀର ଦୁର୍ନିତୀକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଥିଲା । ତେବେ ୧୯୯୮ ସାଧାରଣ ନିର୍ବାଚନରେ ୧୮୨ ଆସନରେ ବିଜୟୀ ହୋଇଥିଲା । ଅଟଳ ବିହାରୀ ବାଜପେୟୀ ଦ୍ବିତୀୟ ଥର ପାଇଁ ପ୍ରଧାମନ୍ତ୍ରୀ ହୋଇଥିଲେ । କିନ୍ତୁ କମ୍ ସଂଖ୍ୟା ଯୋଗୁଁ ଦଳ ତିଷ୍ଠି ପାରିନଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button