ରାଜ୍ୟ

ଲାଗିଲା କଟକଣା : ଖରାରେ ଖେଳକୁ ନା – Ibnodisha

[ad_1]

ଭୁବନେଶ୍ୱର: ପ୍ରବଳ ଖରାକୁ ଦେଖି ଆଉଟ୍‌ଡୋର ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି। ଖରାରେ କ୍ରିକେଟ୍‌, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ। ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡିବା ପରେ ତାଗିଦ କରାଯାଇଛି। ଚିଠିରେ ଦିନ ୧୧ଟାରୁ ୩ଟାପର୍ୟ୍ୟନ୍ତ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପ୍ରକାଶ ଯେ ରାଜ୍ୟ ତମାମ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ରାଜ୍ୟରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହେଇଛନ୍ତି । ଅନୁଗୁଳରୁ ୫ଜଣ, ମୟୁରଭଞ୍ଜ , ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଂଶୁଘାତର ଶିକାର ହୋଇଥିବା ଜଣାପଡ଼ିଛି।ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ହସ୍ପିଟାଲ ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି। ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି କରିବା ପାଇଁ ଜିଲ୍ଲା ସ୍ତରରେ ଗୋଟିଏ ଟିମ ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ହିଟୱେଭ୍ ଜାରି ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କଟକ, ଭଦ୍ରକ, ନୟାଗଡ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବୌଦ୍ଧ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର , ମୟୁରଭଞ୍ଜ, ସମ୍ବଲପୁର, ସୋନପୁର , ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ, ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ। ସେପଟେ ଆଜି ଦିନ ସାଢେ ୮ଟା ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲିରେ ୩୧.୬, କେନ୍ଦୁଝରରେ ୩୧, ସମ୍ବଲପୁର ଓ ଝାରସୁଗୁଡାରେ ୩୦ , ଭୁବନେଶ୍ବରରେ ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button