ପଦ୍ମ ଧରିବେ ଅନୁଭବ ମହାନ୍ତି! – Ibnodisha

[ad_1]
ଭୁବନେଶ୍ୱର: ଓଡ଼ିଶାରେ ଏବେ ରାଜନୈତିକ ଡିଆଁ ପର୍ବ ଚାଲିଛି। ଏହାରି ଭିତରେ ଆଜି ବିଜେପିରେ ସାମିଲ ହୋଇପାରନ୍ତି ନିକଟରେ ବିଜେଡି ଛାଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ପଦ୍ମ ଶିବିରରେ ସାମିଲ ହେବାର ସମ୍ଭାବନା ରହିଛି । ଅନୁଭବ ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଛାଡ଼ିବା ପରେ ଅନୁଭବ କହିଥିଲେ, “ମୁଁ ଦଳ ଛାଡ଼ିଛି, କିନ୍ତୁ ମୋ ପ୍ରଶଂସକଙ୍କ ଦଳ ଛାଡ଼ିନି । ମୁଁ ଆପଣଙ୍କ ଭଲପାଇବାର ଦଳରେ ସବୁବେଳେ ଅଛି ରହିବି ସେ ଦଳ ଛାଡିବିନି । ଜୀବନ ଥିବା ଯାଏଁ ଆପଣଙ୍କ ସହ ଅଛି । ରାଜନୀତି ମୁଁ ଛାଡ଼ିନାହିଁ କି ଛାଡିବିନି ସେ ସମ୍ପର୍କରେ କହିନାହିଁ । ମୁଁ କୂଟ ରାଜନୀତି କରିପାରିନାହିଁ ଓ ତାହା ଶିଖିନାହିଁ ମଧ୍ୟ । ରାଜନୀତି ସହ ଅଭିନୟ କରିବି, କାରଣ ଏହା ମୋ ଭାତହାଣ୍ଡି ଓ ମୋ ପରିଚୟ । ଲୋକଙ୍କ ପାଇଁ ଏଣିକି ରାଜନୀତି କରିବି ।” ‘‘୫ ବର୍ଷ ହେଲାଣି ଆପଣ ମୋ ବିଷୟରେ ଚର୍ଚ୍ଚା କଲେଣି ଯେତେବେଳେ ମୁଁ ଅଭିନୟ କରିବି ନଥିଲି । ଗତ ୪-୫ ବର୍ଷ ମତେ ବହୁତ କିଛି ଶିଖାଇଛି । ଯେତେବେଳେ ଯାହା ହେବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । ଯେ କୌଣସି ଚ୍ୟାଲେଞ୍ଜ ଆସୁ ତାକୁ ସାମ୍ନା କରିବାର ସାହସ ଓ ଦମ ରଖିଛି ।’’ ନିର୍ବାଚନ ଚଳିତ ବର୍ଷ ଲଢ଼ିବେ ନା ନାହିଁ ଉତ୍ତରରେ କହିଛନ୍ତି, “ମୁଁ ଜୀବନରେ ୨୦୨୪ ରେ ନୁହେଁ ବରଂ ବଞ୍ଚିଥିବା ପର୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଲଢିବି ଓ ଜିତିବି ମଧ୍ୟ ।” ତେବେ ପ୍ରତ୍ୟେକ କ୍ଷେତ୍ରରେ ଲଢିବା ଓ ଜିତିବାର ଦମ୍ଭୋକ୍ତି ତାଙ୍କ ନିର୍ବାଚନ ଲଢିବା ଆକାଂକ୍ଷାକୁ ପରୋକ୍ଷରେ ପ୍ରତିଫଳିତ କରୁଛି ବୋଲି ସହଜରେ ଅନୁମେୟ ।
[ad_2]