ରାଜନୀତି

ରାଜ୍ୟ କଂଗ୍ରେସ ପୁରୀ ଶ୍ରୀକ୍ଷେତକୁ ତୁଳସୀ ଯାତ୍ରା କଲା – Ibnodisha

[ad_1]

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି ସକାଳ ୯ ଘଟିକା ସମୟରେ ପହଂଚିଥିଲେ । ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା ।
ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇଥିଲା । ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ସଜ୍ଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା ।

ସାରା ପରିବେଶର ଏକ ଭିନ୍ନ ଭାବାବେଗ ସୃଷ୍ଟି ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାରାକୁ ଭକ୍ତମାନଙ୍କ ଉଦ୍ୟେଶରେ ଖୋଲା ରଖିବା, ରତ୍ନ ଭଣ୍ଡାର ଗଣତି ମଣୋତି ଓ ମରାମତି ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ହଜାର ହଜାର ଏକର ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରାଇବା ଦାବି ସହିତ ୬ ଗୋଟି ମୁଖ୍ୟ ଦାବିକୁ ନେଇ ରାଜ୍ୟ କଂଗ୍ରେସ ପୁରୀରେ ପଦଯାତ୍ରା ତଥା ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ପରବର୍ତୀ ପର୍ଯ୍ୟାୟରେ ସଂକୀର୍ତନ ସତ୍ୟାଗ୍ରହ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । କିନ୍ତୁ ଏ ଅଂହକାରୀ ଭକ୍ତ ଓ ଭଗବାନଙ୍କ ଉପରେ ପାଚେରୀ ସୃଷ୍ଟି କରୁଥିବା ବିଜେଡ଼ି ସରକାର ଏପର୍ଯ୍ୟନ୍ତ ନିଦ ଭାଙ୍ଗିଲା ନାହିଁ । ତେଣୁ ଆଜି ରାଜ୍ୟ କଂଗ୍ରେସ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ସହିତ ଚାରି ଦ୍ୱାରା ଖୋଲିବା ତଥା ରତ୍ନ ଭଣ୍ଡାର ଗଣତି ମଣୋତି ଓ ମରାମତି ସହିତ ଅନ୍ୟ ଦାବିକୁ ତୁରନ୍ତ ଗ୍ରହଣ କରିବା ପାଇଁ ଆଜି ତୁଳସୀ ଯାତ୍ରା କରାଯାଇଥିଲା ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଆଜି ଏକ ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସହିତ ଓଡ଼ିଶାର ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ଶ୍ରୀ ସୁରେଶ ରାଉତରାୟ, ତାରାବାହିନପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ରାଜନ ଏକ୍କା, ଦାଶରଥି ଗମାଙ୍ଗୋ, ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ବନ୍ଦିତା ପରିଡ଼ା, ଗଣମାଧ୍ୟମର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ, ବରିଷ୍ଠ ଆଇନ୍‌ଜୀବି ତଥା ପୁରୀ ଜିଲ୍ଲାର ପ୍ରଭାରୀ ଶିବାନନ୍ଦ ରାୟ, କଟକ ନଗର ସଭାପତି ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟରାମ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, କେନ୍ଦ୍ରପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପିସିସିର ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର, ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଅନୁସୂଚିତ ଜନଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜନଜାତି ବିଭାଗ ଅଧ୍ୟକ୍ଷ ଭୂଜବଳ ମାଝୀ, ପୂର୍ବତନମନ୍ତ୍ରୀ ସରସ୍ୱତୀ ହେମ୍ରନମ୍‌, ମନୋରଞ୍ଜନ ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଜନକୀ ବଲ୍ଲଭ ପଟ୍ଟନାୟକ, ବିନାୟକଦାସ ମହାପାତ୍ର, ସୁଜିତ ମହାପାତ୍ର, ବିଶ୍ୱନାଥ ଦାସ, ତରୁଣକାନ୍ତ ମିଶ୍ର, ଶ୍ରୀନିବାସ ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଏଆଇସିସି ସଂପାଦିକୀ ସଶ୍ମିତା ବେହେରା, ଅପର୍ଣ୍ଣାଧିର, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଶୁଭଦ୍ରା ମିଶ୍ର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଜୟଶ୍ରୀ ପାତ୍ର, ଛବିନ୍ଦ୍ର ପଢ଼ିଆରୀ, ଅମେରେନ୍ଦ୍ର ପାଇକରାୟ, ସୁକାନ୍ତ ପ୍ରଧାନ, ନିରଞ୍ଜନ ରଥ, ବିଦ୍ୟୁତଲତା ଆଚାର୍ଯ୍ୟ, ଶ୍ରୀଧର ବଳିଆରସିଂ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରସନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି ଓ ସସ୍ମିତା ବେହେରା ପ୍ରମୁଖ ଶହ ଶହ କଂଗ୍ରେସ ନେତୃବର୍ଗ ରାଜମହଲ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ୫ ଶହ ରୁ ଅଧିକ ଗାଡ଼ିରେ ଏକ ପଟୁଆରରେ ପୁରୀ ଯାତ୍ରା କରିଥିଲେ ।

ରାସ୍ତାରେ ପିପିଲି, ସାକ୍ଷିଗୋପାଳ, ବାଟମଙ୍ଗଳା ଏବଂ ଅଠରନଳା ପାଖରେ କଂଗ୍ରେସ ନେତୃବର୍ଗ ସଭାପତି ଶରତ ପଟ୍ଟନାୟକ ତଥା ଚେଲ୍ଲା କୁମାର ଓ ଅନ୍ୟ ନେତୃବର୍ଗଙ୍କୁ ସମ୍ଭର୍ଦ୍ଧିତ କରିବା ସହିତ ତୁଳସୀ ଅର୍ପଣ କରିଥିଲେ । ଶରଧାବାଲି ନାଟମଣ୍ଡପରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୃର୍ତିରେ ମାଲ୍ୟାପର୍ଣ ଓ ପ୍ରଦ୍ୱୀପ ପ୍ରଜ୍ଜୋଳନ କରି କଂଗ୍ରେସ କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଦିତ କରି କହିଥିଲେ ଯେ ଏ ଅଂହକାରୀ ସରକାରଙ୍କର ଶେଷ ସମୟ ଆସିଲାଣି । ପୁରୀ ଶ୍ରୀ ମନ୍ଦିର ହେଉଛି ଚାରିଧାମ ଭିତରୁ ଶ୍ରେଷ୍ଠ ଧାମ । ସବୁଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁୂଛନ୍ତି କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ନ ପାଇଁ ଫେରି ଯାଉଛନ୍ତି ।

ଏହାଦ୍ୱାରା ରାଜ୍ୟର ମାନସମ୍ମାନ କ୍ଷୁର୍ଣ୍ଣ ହେଉଛି । କୌଣସି କାରଣ ନଥାଇ କାହିଁକି ଚାରି ଦ୍ୱାରା ବନ୍ଦ କରି ରଖାଯାଇଛି । କାହିଁକି ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଗଣତି ମଣୋତି ଓ ମରାମତି ହେଉନାହିଁ । ଓଡ଼ିଶା ପ୍ରଭାରୀ ଡଃ ଏ. ଚେଲ୍ଲାକୁମାର ସମ୍ବୋଦିତ କରି କହିଥିଲେ ଯେ, ଏ ହେଉଛି ଶ୍ରୀକ୍ଷେତ୍ର, ଏ ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ଏ ବାଲି ହେଉଛି ଶରଧାବାଲି କିନ୍ତୁ ମୁଁ ବୁଝିପାରୁନାହିଁ, କାହିଁକି ବିଜେଡ଼ି ସରକାର ଏତେ ଗର୍ବୀ ଓ ଅହଂକାରୀ । ଜଗନ୍ନାଥ ନିଶ୍ଚୟ ଏହାର ଜବାବ ଦେବେ । ଓଡ଼ିଶାର ଜନସାଧାରଣ ତଥା ଜଗନ୍ନାଥ ପ୍ରେମୀ ଏହାର କଡ଼ଗଣ୍ଡା ହିସାବ ନେବେ । ପୂର୍ବତନ ପ୍ରଦେଶ କଂଗ୍ରେସ ସାଭାପତି ଶ୍ରୀ ଜୟଦେବ ଜେନା ରାଜ୍ୟ ସରକାରଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ସରକାରଙ୍କର ଏତାଦୃଶ କାର୍ଯ୍ୟକୁ ଦୃଢ଼ନିନ୍ଦା କରିଥିଲେ । ସାରା ଓଡ଼ିଶାରୁ ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃବର୍ଗ, କର୍ମୀ ଶୁଭେଚ୍ଛୁ ମାନଙ୍କ ଦ୍ୱାରା ସଂଗୃହିତ ତୁଳସୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଆଜି ଲାଗି କରାଗଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟବାସୀ ତଥା ସମସ୍ତ କଂଗ୍ରେସ ନେତୃବର୍ଗ, ଜିଲ୍ଲା ସଭାପତି, ଛାତ୍ର, ଯୁବ, ମହିଳା ତଥା ସମସ୍ତ ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button