ରାଜନୀତି

ବିଜେପି ଗାଁ ଗଣ୍ଡାରେ ପ୍ରାର୍ଥୀ ଦରାଣ୍ଡିବା ଆରମ୍ଭ କଲାଣି : ବିଜେଡି – Ibnodisha

[ad_1]

ଭୁବନେଶ୍ୱର: ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେତୁ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳ ମୁଖପାତ୍ର  ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି, ବିଜେପି କେବଳ ତାଲିକା କରି ସେଥିରେ ନିର୍ବାଚନ ମଣ୍ଡଳୀର ନାଁ ଲେଖିଛି ହେଲେ ପ୍ରାର୍ଥୀଙ୍କ କଲମ୍ ଖାଲି ପଡିଛି । ଅପରାଧିକ କାମରେ ସମ୍ପୃକ୍ତ ଲୋକଙ୍କ ନାଁ ସେହି ତାଲିକାରେ ଲେଖୁଛନ୍ତି । ଗାଁ ଗଣ୍ଡାରେ ଦଳ ପ୍ରାର୍ଥୀ ଦରାଣ୍ଡିବା ଆରମ୍ଭ କଲାଣି । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଓଡିଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଅପେକ୍ଷା କରିଛି କେଉଁଦିନ ୧୪୭ ଜଣଙ୍କ ନାଁ ତାଲିକା ପୂରଣ ହେବ ସେଦିନ ତାଲିକା ଘୋଷଣା ହେବ । ଏଯାଏଁ ୧୪୭ ତ ଦୂରର କଥା ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନହାଁନ୍ତି । ଏ ହେଉଛି ଆଜିର ଦିନରେ ରାଜ୍ୟରେ ବିଜେପିର ସ୍ଥିତି । ଯାହା ଦେଖି ରାଜ୍ୟବାସୀ ହୁସୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button