ଦେଶ

ବରଫ ଝରଣାରେ ଫସି ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ – Ibnodisha

[ad_1]

କିର୍ଗିଜସ୍ଥାନ : ପୁଣି ବିଦେଶରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର । କିର୍ଗିଜସ୍ଥାନରେ ଏକ ବରଫ ଝରଣାରେ ଫସି ଜେଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ । ସେ ଜଣେ ମେଡିକାଲ ଛାତ୍ର ଥିଲେ । ସେ ରବିବାର ନିଜ ସାଙ୍ଗମାନଙ୍କ ସହ କିର୍ଗିଜସ୍ଥାନର ଏକ ୱାଟର୍‌ଫଲ୍ ତଥା ଝରଣା ଦେଖିବାକୁ ଯାଇଥିଲେ । କିନ୍ତୁ ସେଠାରେ ହଠାତ୍ ଚନ୍ଦ୍ରୁ ବରଫ ଝରଣା ଭିତରେ ଫଶି ଯାଇଥିଲେ ।

ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଚନ୍ଦ୍ରୁଙ୍କ ପରିବାର ଲୋକେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ସେ କିର୍ଗିଜସ୍ଥାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି । ଚନ୍ଦ୍ରୁଙ୍କ ମୃତଦେହକୁ ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button