ରାଜ୍ୟ
ଚା’ ଦୋକାନୀଙ୍କୁ ନିର୍ମମ ହତ୍ୟା – Ibnodisha

[ad_1]
ଜୟପୁର: ଘର ଭିତରୁ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମେଡ଼ିକାଲ ଛକର ଜଣାଶୁଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଧାପୋଡ଼ା ସହ କ୍ଷତାକ୍ତ ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହକୁ ଟାଉନ ଥାନା ପୁଲିସ ଉଦ୍ଧାର କରିଛି। ପାର୍କ ଲାଇନ ନିକଟ ଏକ ଭଡ଼ାଘର ଭିତରୁ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିଛି ଦିନ ହେବ ଚା’ଦୋକାନୀ ଜଣକ ଘରୁ ବାହାରି ନ ଥିଲେ। ଆଜି ଘରୁ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡ଼ା ଓ କ୍ଷତାକ୍ତ ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଚା’ ଦୋକାନୀଙ୍କୁ କେହି ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।
The post ଚା’ ଦୋକାନୀଙ୍କୁ ନିର୍ମମ ହତ୍ୟା appeared first on ONA KHABAR.
[ad_2]