ଆଜିଠୁ ଆରମ୍ଭ ହେଲା ବୈଶାଖ ମାସ, ଆସନ୍ତୁ ଜାଣିବା କେଉଁସବୁ କାର୍ଯ୍ୟ କରିବା ଉଚିତ – Ibnodisha
[ad_1]

ଚଳିତ ବର୍ଷ ବୈଶାଖ ମାସର ଆରମ୍ଭ ଅପ୍ରେଲ ୨୪ ତାରିକରୁ ହେବାକୁ ଯାଉଛି l ଧାର୍ମିକ ମାନ୍ୟତା ଅନୁସାରେ ବୈଶାଖ ମାସର ମହତ୍ୱ ଶାସ୍ତ୍ର ରେ ଅନେକ ରହିଛି l ସ୍କନ୍ଦ ପୁରାଣ ରେ ବୈଶାଖ ମାସକୁ ସମସ୍ତ ମାସ ଠାରୁ ଉତ୍ତମ ମାସ ବୋଲି କୁହାଯାଇଛି l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ବୈଶାଖ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ l ସ୍କନ୍ଦ ପୁରାଣ ଅନୁସାରେ କୁହାଯାଇଛି ଯେ ମହୀରଥ ନାମକ ରାଜା ବୈଶାଖ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ବୈକୁଣ୍ଠ ପ୍ରାପ୍ତି କରିଥିଲେ l
– ବୈଶାଖ ମାସରେ ବିଷ୍ଣୁ ନାମ ଜପ କରିବାର ଅନେକ ମହତ୍ୱ ରହିଛି l ଏହାଦ୍ୱାରା ବିଷ୍ଣୁ କୃପା ପ୍ରାପ୍ତି ହୋଇଥାଏ l
– ଏହି ମାସରେ ପ୍ରତିଦିନ ସ୍ନାନ ପରେ ୧୧ ଥର ଓଂ ନମୋ ଭଗବତେ ବାସୁଦେବାୟ ନମଃ ଜପ କରନ୍ତୁ , ଏପରି କରିବା ଦ୍ୱାରା ଜୀବନ ସୁଖମୟ ହେବ l
– ବୈଶାଖ ମାସରେ ଜଳ ଓ ଅନ୍ନ ଦାନର ଅନେକ ମହତ୍ୱ ରହିଛି l ତେଣୁ ଏହି ମାସରେ ଜଳ ଛତ୍ର ଓ ଅନ୍ନ ଛତ୍ର ଅନେକ ମହତ୍ୱ ରହିଛି l
– ମାନ୍ୟତା ରହିଛି ଯେ ଏହି ମାସରେ ତେଲ ଲଗାଇବା ଓ ଦିନରେ ଶୋଇବା, କଂସା ବାସନ ରେ ଖାଇବା ବର୍ଜନୀୟ ଅଟେ l
– ଅନେକ ବ୍ୟକ୍ତି ଏହି ମାସରେ ସୂର୍ଯ୍ୟ ଅସ୍ତ ପରେ ଭୋଜନ ବର୍ଜନୀୟ ଅଟେ , ଏବଂ ପିଆଜ ଓ ରସୁଣ ସେବନ ବର୍ଜନୀୟ ଅଟେ l
[ad_2]