ଗରମ ଦିନରେ ବ୍ୟବହାର କରନ୍ତୁ ମାତ୍ର ଖଣ୍ଡିଏ ଫିଟିକିରି, ଯାହାକି ଦୂର କରିବ ୪ଟି ଶାରୀରିକ ସମସ୍ୟା – Ibnodisha
[ad_1]
ଫିଟିକିରି ଗୋଟିଏ ଏଭଳି ଜିନିଷ ଯାହା ପ୍ରାୟ ସମସ୍ତ ଘରେ ବ୍ୟବହୃତ ହୋଇଥାଏ l ବିଶେଷ ଭାବରେ ଗୋଳିଆ ପାଣି କୁ ସଫା କରିବା ପାଇଁ ଫିଟିକିରି ର ବ୍ୟବହାର ହୋଇଥାଏ l ଫିଟିକିରି କିଛି ଘରୋଇ ଚିକିତ୍ସା କରାଯାଇଥାଏ, ଯାହାକି ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ l
– ସାଧାରଣ ଭାବରେ ଗରମ ଦିନରେ ଶରୀରରେ ମଇଳା ଝାଳ ଯୋଗୁଁ ଜମି ଯାଇଥାଏ, ଏହି ସମୟରେ ଫିଟିକିରି ଗୋଟିଏ ଭଲ ମାଧ୍ୟମ ଅଟେ , ତେଣୁ ଏହି ସମୟରେ ଫିଟିକିରି ପାଣିରେ ଗାଧେଇବା ଗୋଟିଏ ଭଲ ମାଧ୍ୟମ ଅଟେ l
– ଏହା ଶରୀରର ଝାଳ ସମସ୍ୟାକୁ ଦୂର କରିବା ସହିତ ଶରୀରର ଦୁର୍ଗନ୍ଧ କୁ ମଧ୍ୟ ଦୂର କରିଥାଏ l ଗରମ ଦିନରେ ଗାଧୁଆ ପାଣିରେ ଫିଟିକିରି ଖଣ୍ଡିଏ ପକାଇ ଗାଧୋଇବା ଦ୍ୱାରା ଶରୀର ରୁ ଦୁର୍ଗନ୍ଧ ଦୂର ହୋଇଥାଏ l
– ତ୍ୱଚା ରୁ ଦାଗ ଦୂର କରିବା ପାଇଁ ଫିଟିକିରି ଗୋଟିଏ ଭଲ ମାଧ୍ୟମ ଅଟେ l ଆପଣ ଚାହିଁଲେ ନିୟମିତ ଭାବରେ ମୁଖ ମୁଣ୍ଡଳ ରେ ଫିଟିକିରି ଲଗାଇ ମସାଜ କରନ୍ତୁ l ଏବଂ ଫିଟିକିରି ମିଶ୍ରିତ ପାଣିରେ ମୁହଁ ଧୋଇ ତ୍ୱଚା କୁ ସଫା ରଖନ୍ତୁ l
– ଯଦି ଆପଣ ଦାନ୍ତ ଯନ୍ତ୍ରଣା ରେ ପୀଡିତ ହେଉଛନ୍ତି ତେବେ ଫିଟିକିରି ଗୁଣ୍ଡ କୁ ଦାନ୍ତ ମାଢି ରେ ଘସନ୍ତୁ ଏହା ଦାନ୍ତ ଯନ୍ତ୍ରଣା ରୁ ଆରାମ ଦେଇଥାଏ l
[ad_2]