ଦେଶ

ଭାରତର ଗୋଟିଏ ଏଭଳି ଗାଁ ଯେଉଁଠି ପୋଷା ଜୀବଜନ୍ତୁ ଭାବରେ ସାପଙ୍କୁ ପୋଷା ଯାଇଥାଏ – Ibnodisha

[ad_1]

ଭାରତ ଗୋଟିଏ ଏଭଳି ଦେଶ ଯେଉଁଠି ଜୀବଜନ୍ତୁ ଙ୍କ ସହିତ ଦେବାଦେବୀ ଙ୍କର ଯଥେଷ୍ଟ ସମ୍ପର୍କ ରହିଛି l ସେଥିମଧ୍ୟରୁ ସାପ ଗୋଟିଏ ଏଭଳି ଜନ୍ତୁ ଯାହାର ସିଧା ସମ୍ପର୍କ ଭଗବାନ ଶିବ ଙ୍କ ସହିତ ରହିଛି l ପ୍ରତ୍ୟେକ ବର୍ଷ ନଂ ପଞ୍ଚମୀ ଦିନରେ ଭାରତର ଅନେକ ଗ୍ରାମରେ ସାପ ମାନଙ୍କର ପୂଜାର୍ଚ୍ଚରେ କରାଯାଇ ଥାଏ l ସାପ ଏହି ଶବ୍ଦ ଟି ଭୟ ଜାତ କରାଇବାରେ ଯଥେଷ୍ଟ ଅଟେ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମହାରାଷ୍ଟ୍ର ରୁ ପାଖାପାଖି ୨୦୦ କିଲୋମିଟର ଦୂର ସୋଲାପୁର ଜିଲ୍ଲାରେ ସେତପାଲ ନାମକ ଗୋଟିଏ ଅଦ୍ଭୁତ ଗାଁ ଅଛି, ଯେଉଁଠାରେ ଲୋକେ ସାପ ମାନଙ୍କ ସହିତ ବାସ କରିଥାଆନ୍ତି l କେବଳ ସେତିକି ନୁହେଁ ଲୋକେ ତାଙ୍କୁ ପୂଜା କରିବା ସହିତ ତାଙ୍କ ସହିତ ଗୋଟିଏ ଘରେ ବସବାସ ମଧ୍ୟ କରନ୍ତି l

ସାପ କରି ନ ଥାଆନ୍ତି କୌଣସି କ୍ଷତି –
ସେତପାଲ ଗୋଟିଏ ଏଭଳି ଗାଁ ଯେଉଁଠାରେ ସାପ ମାନଙ୍କର ଯିବା ଆସିବାରେ କୌଣସି ରୋକ ଲାଗି ନଥାଏ l ସବୁଠୁ ଗୁରୁତ୍ୱପୂର୍ଣ କଥାଟି ହେଲା ଏଠାରେ ରହୁଥିବା ୨୬୦୦ ଗ୍ରାମୀଣଙ୍କର ସାପ କୌଣସି କ୍ଷତି କରନ୍ତି ନାହିଁ l ବିଶେଷ ଭାବରେ କୋବ୍ରା ର ମଧ୍ୟ ଭବ୍ୟ ସ୍ୱାଗତ କରାଯାଇ ଥାଏ l ନା ଏଠାରେ ଥିବା ଲୋକେ ନାଗ ସାପ କୁ ଡରନ୍ତି କିମ୍ବା ଅନ୍ୟ ସାପକୁ ଡରନ୍ତି ନା କୌଣସି ସାପ ତାଙ୍କର କୌଣସି କ୍ଷତି କରନ୍ତି l

ନୂଆ ଘର ତିଆରି କରିବା ସମୟରେ ଘର କୋଣ ରେ ଛାଡି ଦିଅନ୍ତି ସାପ –
ସେତପାଲ ର ଗ୍ରାମବାସୀ ମାନଙ୍କର ଏଭଳି ବିଷାକ୍ତ ଜୀବ ଙ୍କ ସହିତ ରହିବାରେ କୌଣସି ପ୍ରକାର ଅସୁବିଧା ନାହିଁ, ବରଂ ଏଠାକାର ସ୍ଥାନୀୟ ବାସିନ୍ଦା ନିଜ ଘରେ ଗୋଟିଏ ବିଶେଷ କୋଣ ରଖି ଥାଆନ୍ତି, ଯେଉଁଠାରେ ସାପ ଆସି ବାସ କରନ୍ତି ଏବଂ କିଛି ସମୟ ପର୍ଯ୍ୟନ୍ତ ଆରାମ ମଧ୍ୟ କରନ୍ତି l ଯଦି କେହି ଗାଁ ରେ ନୂଆ ଘର ତିଆରି କରନ୍ତି ତେବେ ସେହି ଘରେ ଗୋଟିଏ ବିଶେଷ ଗାତ ରଖି ଥାଆନ୍ତି ଯେଉଁଠି ସାପ ଯା ଆସ କରିପାରିବେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button