ବାହାରିଲା ‘ଜୁନିୟର ସ୍ତ୍ରୀ’ ନିଯୁକ୍ତି, ସ୍ତ୍ରୀ ହେଲେ ମିଳିବ ମୋଟା ଦରମା, ଯୋଗ୍ୟତାରେ ଦରକାର ମାତ୍ର ଏହି ଜିନିଷ, ଜାଣନ୍ତୁ ପୁରା ଖବର

କଣ ଆପଣ ସ୍ତ୍ରୀ ହୋଇ କରିବାକୁ ଚାହୁଁଛନ୍ତି ଚାକିରୀ ? ତେବେ ଆଜି ହିଁ କରନ୍ତୁ ଆବେଦନ । ସ୍ତ୍ରୀର ଚାକିରୀ କରିବେ ମାସକୁ ଦରମା ବି ପାଇବେ । ଦରମା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ଯୋଗାଇ ଦିଆାଯିବ । କଥାଟି ଆପଣଙ୍କୁ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗିବା ବି ସ୍ଵାଭାବିକ । ଏପରି ଏକ ଚାକିରୀର ବିଜ୍ଞପ୍ତି ଦେଖିବାକୁ ମିଳିଛି ଲିଙ୍କଇଡ୍ ଇନ୍ ଆପ ରେ ।
ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଲିଙ୍କଇଡ୍ ଇନ୍ ହେଉଛି ଏକ ଚାକିରୀ ଖୋଜିବା ଆପ । ଯାହା ବିଷୟରେ ଆପଣ ହୁଏ ତ ଜାଣିଥିବେ । ଏହି ଆପ ରେ ବିଭିନ୍ନ ପ୍ରକାରର ବେସରକାରୀ ଚାକିରୀର ବିଜ୍ଞପ୍ତି ଦେଖିବାକୁ ମିଳିଥାଏ । ତେବେ ଆପଣ ବି ଯଦି ଘରେ ବସି ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ଏହା ଏକ ଉତ୍ତମ ଆପ୍ ଅଟେ ।

ଯେଉଁଥିରେ ଆପଣ ବିଭିନ୍ନ ଚାକିରୀରେ ଆପ୍ଲାୟ କରି ପାରିବେ । ଏବଂ ଘରେ ବସି କମ୍ପାନିର ଏଚଆର୍ ମାନଙ୍କ ସହ ମିଟିଂ ଫିକ୍ସ କରି ପାରିବେ । ଏହି ଆପ ରେ ଏଭଳି ଏକ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ପୋଷ୍ଟ ଟି ୟୁଜର୍ସ ଜଣଙ୍କ ଲୋକଙ୍କୁ ହସାଇବା ପାଇଁ ପୋଷ୍ଟ କରିଥିଲେ ବୋଲି ମତ ପ୍ରକାଶ କରିଛନ୍ତି ।
ତେବେ ଜାଣନ୍ତୁ କଣ ରହିଛି ଏହି ପୋଷ୍ଟ…….
ଜିତେନ୍ଦ୍ର ସିଂହ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏପରି ଏକ ହାସ୍ୟାସ୍ପଦ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଜୁନିୟର ସ୍ତ୍ରୀ ଆବଶ୍ୟକ ବୋଲି ପୋଷ୍ଟ କରିଥିଲେ ଏବଂ ସ୍ତ୍ରୀ ହେବା ପାଇଁ କୌଣସି ଅଭିଜ୍ଞତା ବି ଆବଶ୍ୟକ ନାହିଁ ବୋଲି ମଧ୍ୟ ପୋଷ୍ଟ କରିଥିଲେ । ଏହା ସହିତ ସେ ଆହୁରି ମଧ୍ୟ ଲେଖିଥିଲେ ଯେ ରୋଷେଇର ଦୁଇ ବର୍ଷ ଅଭିଜ୍ଞତା ରହିଥିବା ଦରକାର । ମୋତେ ରାତିରେ ମସଲା ବିରିୟାନି କରି ଖୁଆଉଥିବା ଦରକାର ।




