ରାଜ୍ୟ

ମେ’ ୬ରୁ ଓଜେଇଇ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତା ମେ’ ୬ତାରିଖରୁ ଆରମ୍ଭ ହେବ । ସିବିଟି ମୋଡରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୩ ସିଫ୍ଟରେ ୨ ଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି । ୬ ତାରିଖରେ ଏଲ୍‌ଇ ଟେକ୍‌(ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ରେ ଏଲ୍‌ଇ ଟେକ୍‌(ଡିପ୍ଲୋମା), ଇଣ୍ଡିଗ୍ରେଟେଡ ଏମ୍‌ବିଏ(ଏକଘଣ୍ଟା) ଏବଂ ଏଲ୍‌ଇ ଟେକ୍ ବିଏସ୍‌ସି(ଏକଘଣ୍ଟା)ର ପରୀକ୍ଷା ରହିଛି । ସେହିଭଳି ୮ରେ ଏମ୍‌ବିଏ, ବି.କ୍ୟାଟ୍‌(ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ-ଏକଘଣ୍ଟା) ଏବଂ ଏଲ୍‌ଇ ଫାର୍ମ(ଏକଘଣ୍ଟା)ର ରହିଛି । ୯ରେ ବି.ଫାର୍ମର ପରୀକ୍ଷା ଥିବା ବେଳେ ୧୦ରେ ଏମ୍‌ସିଏ, ବି.କ୍ୟାଟ୍‌(ଫିଲ୍ମ ଏଡିଟିଙ୍ଗ-ଏକଘଣ୍ଟା), ଏମ୍‌.ଫାର୍ମ(ଏକଘଣ୍ଟା), ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକ୍‌ର ପରୀକ୍ଷା ରହିଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୭ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button