ରାଜ୍ୟ
ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ – Ibnodisha

[ad_1]
ଯାଜପୁର : ଗଣତନ୍ତ୍ର ର ମହାପର୍ଵ ଅର୍ଥାତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହାକୁ ଯାଜପୁର ଜିଲ୍ଲାପାଳ ନିଖିଲ ପୱାନ କଲ୍ୟାଣ ପତାକା ହଲାଇ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ହକି ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ପହଞ୍ଚିଥିଲା। ସେଠାରେ ନୂତନ ଭୋଟର ଙ୍କୁ ସ୍ବାଗତ କରିବା ସହିତ ନିର୍ବାଚନ ରେ ଅଧିକ ଭୋଟ ପ୍ରତିଶତ ବୃଦ୍ଧି ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲା ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ, ଅତିରିକ୍ତ ଜିଲପାଳ ନବକୃଷ୍ଣ ଜେନା, ରାଜସ୍ୱ ବିଭାଗ ର ଅତିରିକ୍ତ ଜିଲପାଳ ଶୁଭେନ୍ଦ୍ର ସାମଲ ଙ୍କ ସମେତ ଜିଲା ପ୍ରଶାସନ ର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
[ad_2]