IBN ଓଡ଼ିଶା ବ୍ୟୁରୋ

ହନୁମାନ ଚାଳିଶା ପାଠ କରିବାର ରହିଛି ଅନେକ ଲାଭକାରୀ ଫାଇଦା ! ବ୍ୟକ୍ତିର ଭାଗ୍ୟର ତାଲା ଖୋଲିଯାଏ

ଭଗବାନ ହନୁମାନ ନିଜର ଭକ୍ତ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ଯେଉଁ ଭକ୍ତ ଭଗବାନ ହନୁମାନଙ୍କୁ ନିଷ୍ଠାର ସହ ଡାକିଥାଏ । ତାଙ୍କର ପୂଜା ଆରାଧନା କରିଥାଏ । ପ୍ରଭୁ ବଜରଙ୍ଗୀ ବାଲୀ ସେହି ଲୋକ ମାନଙ୍କ ଉପରେ ସବୁବେଳେ ନିଜର ଶୁଭ କୃପା ଦ୍ରୁଷ୍ଟି ବନାଇ ରଖିଥାନ୍ତି । ଯେମିତିକି ପ୍ରଭୁ ହନୁମାନଙ୍କ ସହାୟତାରେ ତୁଳସୀ ଦାସଙ୍କୁ ଭଗବାନ ଶ୍ରୀରାମଙ୍କର ଦର୍ଶନ ମିଳିପାରିଥିଲା । ପ୍ରଭୁ ରାମଙ୍କର ଯେଉଁ ସ୍ଥାନରେ ପୂଜା କରାଯାଇଥାଏ । ସେହି ସ୍ଥାନରେ ପ୍ରଭୁ ହନୁମାନ ମଧ୍ୟ ରହିଥାନ୍ତି ବୋଲି ବିଶ୍ବାସ ଅଛି ।

ତେବେ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀ ଦାସ ହନୁମାନ ଚାଳିଶା ଲେଖିଥିଲେ । ଏହି ହନୁମାନ ଚାଳିଶାକୁ ପତିଦିନ ପାଠ କରିବା ଦ୍ଵାରା କୋଟିପୂଣ୍ୟ ମିଳିଥାଏ । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରିଥାଏ । ସେହି ବ୍ୟକ୍ତି ଉପରେ ସଦା ସର୍ବଦା ପ୍ରଭୁ ବଜରଙ୍ଗୀ ବାଲୀଙ୍କ ଆଶ୍ରୀବାଦ ରହିଥାଏ । ହନୁମାନ ଚାଳିଶାରେ ପ୍ରଭୁ ହନୁମାନଙ୍କୁ ଅଷ୍ଟସିଦ୍ଧି ନବନିଦ୍ଧିର ଦାତା ବୋଲି କୁହାଯାଇଥାଏ ।

ତେଣୁ ଯେଉଁ ବ୍ୟକ୍ତି ନିୟମିତ ଭାବେ ହନୁମାନ ଚାଳିଶାର ପାଠ କରିଥାନ୍ତି । ସେମାନଙ୍କର ମନୋସ୍କାମନା ପ୍ରଭୁ ହନୁମାନ ପୂରଣ କରିଥାନ୍ତି । ଯେଉଁ ବ୍ୟକ୍ତି କୌଣସି ଆର୍ଥିକ ସଙ୍କଟରେ ପଡିଥାଏ । ସେହି ବ୍ୟକ୍ତିକୁ ପ୍ରଭୁ ହନୁମାନଙ୍କର ସ୍ମରଣ କରି ନିଷ୍ଠା ଭାବରେ ହନୁମାନ ଚାଳିଶା ପାଠ କରିବା ଉଚିତ । ଯାହା ଦ୍ଵାରା କିଛି ଦିନ ମଧ୍ୟରେ ସେହି ବ୍ୟକ୍ତି ଉପରୁ ସେହି ସଙ୍କଟ ଚାଲିଯାଇଥାଏ ।

ହେଲେ ହନୁମାନ ଚାଳିଶାକୁ କେବଳ ଗୋଟିଏ ଦିନ ପଢି ତାପରେ ଛାଡିଦେବା ଅନୁଚିତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ହନୁମାନ ଚାଳିଶାର ପାଠ କରୁଥାଏ । ସେହି ବ୍ୟକ୍ତି ପ୍ରତ୍ଯେକ ଦିନ ନିୟମିତ ରୂପେ ନିଷ୍ଠା ଓ ଭକ୍ତି ଭାବନାରେ ହନୁମାନ ଚାଳିଶା ପଢିବାକୁ ପଡିବ । ଯେଉଁ ବ୍ୟକ୍ତି ପ୍ରଥମ କରି ହନୁମାନ ଚାଳିଶା ପାଠ କରିବାକୁ ଚାହୁଁଥିବ । ସେହି ବ୍ୟକ୍ତି ପ୍ରଭୁ ହନୁମାନଙ୍କୁ ସ୍ମରଣ କରି ମଙ୍ଗଳବାର ଦିନରୁ ହିଁ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ ।

ହନୁମାନ ଚାଳିଶାର ପାଠ କରିବା ଦ୍ଵାରା ବ୍ୟକ୍ତିକୁ କୌଣସି ଅଜଣା ଭୟ ଆସିନଥାଏ । ବ୍ୟକ୍ତି ବୁଦ୍ଧିମାନ ଓ ବଳଶାଳୀ ହେବା ଦ୍ଵାରା ନିଜ ଜୀବନରେ ବହୁତ ଉନ୍ନତି କରିବା ସହ ପ୍ରଭୁଙ୍କର କୃପା ଲାଭ କରିଥାଏ । ଜୀବନରେ ଯେତେ ସମସ୍ଯା ଆସିଲେ ମଧ୍ୟ ବ୍ୟକ୍ତି ବିଚଳିତ ନହୋଇ ସମସ୍ଯାର ସାମ୍ନା କରି ଜୀବନ ରେ ଆଗକୁ ବଢିବାରେ ହନୁମାନ ଚାଳିଶାର ପାଠ ସାହାଜ୍ଯ କରିଥାଏ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର ନିହାତି ଭାବେ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button