IBN ଓଡ଼ିଶା ବ୍ୟୁରୋ

ଏହି ଦିନ ଘର ପୋଛୁଛନ୍ତି କି ! ଘର ହୋଇଯିବ ବର୍ବାଦ ! ମା’ ଲକ୍ଷ୍ମୀ ଘରୁ ଚାଲିଯିବେ : Vastu tips

ବନ୍ଧୁଗଣ ନିଜକୁ ତଥା ନିଜ ଘର ତଥା ପରିବେଶକୁ ସ୍ବଚ୍ଛ ରଖୁଥିବା ବ୍ୟକ୍ତି ନିଜ ଜୀବନରେ ସର୍ବଦା ଉନ୍ନତି କରିଥାଏ । କାରଣ ମା’ ଲକ୍ଷ୍ମୀ ସ୍ବଚ୍ଛତାକୁ ବହୁତ ପସନ୍ଦ କରିଥାନ୍ତି । ତେଣୁ କଥାରେ ଅଛି ଯେଉଁଠି ସ୍ବଚ୍ଛତା ସେଇଠି ଥାନ୍ତି ମା’ ଲକ୍ଷ୍ମୀ । ତେଣୁ ପ୍ରତ୍ଯେକ ଲୋକ ନିଜ ଘରକୁ ଧୋଇ, ପୋଛି ପରିଷ୍କାର ଓ ପରିଚ୍ଛନ କରି ରଖିବା ଉଚିତ । ତେବେ ସପ୍ତାହରେ ଲୋକେ କେଉଁ ବି ଦିନକୁ ଘରକୁ ପୋଛାପୋଛି କରିଦେଇଥାନ୍ତି । ହେଲେ କେଉଁ ଦିନ ଘର ପୋଛିବା ଉଚିତ ଓ କେଉଁ ଦିନ ଘର ପୋଛିବା ଅନୁଚିତ ! ତାହା ସମ୍ବଦ୍ଧରେ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଚାଲନ୍ତୁ ତାହା ବିଷୟରେ ଆଲୋଚନା କରିବା ।

 

1- ଦିନ 12 ଟା ପରେ ଘରକୁ ଧୁଆପୋଛା କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । 2- ଗୁରୁବାର ଦିନ ଘରକୁ ପୋଛିବା ଅନୁଚିତ । ତେଣୁ ଗୁରୁବାରର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ହିଁ ଘରକୁ ପୋଛିକି ପରିଷ୍କାର କରି ଦିଅନ୍ତୁ । କାରଣ ଅନେକ ଲୋକ ଅଛନ୍ତି । ଯେଉଁ ମାନେ ଗୁରୁବାର ଦିନ ନିଜ ଘରର ପୋଛାପୋଛି କରି ପରିଷ୍କାର କରିଥାନ୍ତି ।

ଏପରି କରିବା ଦ୍ଵାରା ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଏଥିସହ ଗୁରୁବାର ଦିନ ଘର ପୋଛିବା ଦ୍ଵାରା ଗୁରୁ ଗ୍ରହ ମଧ୍ୟ ରୁଷ୍ଠ ହୋଇଯାଇଥାନ୍ତି । ଯେଉଁ କାରଣରୁ ସେହି ଘରେ ଆର୍ଥିକ ଅଭାବ, ଅନାଟନ ଲାଗି ରହିଥାଏ । ତେଣୁ ଗୁରୁବାର ଦିନ ଭୁଲରେ ବି ଘରକୁ ପୋଛନ୍ତୁ ନାହିଁ ।

3- ଘର ପୋଛିବା ସମୟରେ ଅନେକ ଲୋକ ଖାଲି ପାଣି ଦ୍ଵାରା ହିଁ ଘରର ସଫେଇ କାର୍ଯ୍ୟ କରିଦେଇଥାନ୍ତି । ହେଲେ ଯେଉଁ ବ୍ୟକ୍ତି ଘର ପୋଛିବା ପାଣିରେ ନୀମ୍ବ ପତ୍ର ମିଶାଇ ଘର ପୋଛିଥାଏ । ସେହି ବ୍ୟକ୍ତିର ଘରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେଣୁ ପ୍ରଥମେ କିଛି ନୀମ ପତ୍ର ତୋଳି ଆଣି ତାହାକୁ ଏକ ପାତ୍ରରେ କିଛି ପାଣି ଦେଇ ଫୁଟାଇ ଦିଅନ୍ତୁ ।

ତାପରେ ସେହି ନୀମ ପାଣିକୁ ଆଣି ଘର ପୋଛା ପାଣିରେ ମିଶାଇ ଘରକୁ ପୋଛନ୍ତୁ । ଯାହା ଦ୍ଵାରା ଘର ଜୀବାଣୁମୁକ୍ତ ରହିବା ସହ ଘରର ସୁଖ, ସମୃଦ୍ଧି ବଢିବାରେ ଲାଗିଥାଏ । ନଚେତ ଘର ପୋଛିବା ସମୟରେ ପାଣି ସାମାନ୍ୟ ଲୁଣ ମିଶାଇ ଘର ପୋଛିବା ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହେବା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ ।

ତେଣୁ ଘର ପୋଛିବା ସମୟରେ ଏହି ସବୁ କଥା ଉପରେ ଧ୍ୟାନ ରଖି ଘର ପୋଛିବା ଦ୍ଵାରା ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button