IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୂଷା ମାନଙ୍କୁ ଘରୁ ତଡିବାର ଜବରଦସ୍ତ ଉପାୟ ! ଘରେ ଗୋଟିଏ ବି ମୂଷା ଦେଖାଯିବେ ନାହିଁ

ମୂଷା ମାନଙ୍କୁ ନକରାତ୍ମକ ଓ ଅଜ୍ଞାନୀ ଶକ୍ତିର ପ୍ରତୀକ ବୋଲି ମନାଯାଇଥାଏ । ତେଣୁ ଯେଉଁ ଘରେ ମୂଷା ରହିଥାଏ । ସେହି ଘରେ ଲୋକ ମାନଙ୍କର ଭୌତିକ ବିକାଶ ଠିକ ଭାବେ ହୋଇପାରିନଥାଏ । ମୂଷା ମାନେ ଘରେ ମଇଳା ଓ ଦରିଦ୍ରତାକୁ ଜନ୍ମ ଦେଇଥାଏ । ଯାହାର କାରଣରୁ ଘରେ ଅନେକ ପ୍ରକାର ବେମାରୀ ଆସିଥାଏ । ଏପରିକି ମୂଷା ମାନେ ଘରର ସବୁ ଖାଦ୍ୟ ଓ ଜିନିଷକୁ ନଷ୍ଟ କରିଦେଇଥାନ୍ତି । ତେବେ ଘରୁ ମୂଷା ମାନଙ୍କୁ ତଡିବାର କିଛି  ଜବରଦସ୍ତ ଉପାୟ ବିଷୟରେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଦ୍ଵାରା ମୂଷା ମାନଙ୍କୁ ଆପଣ ବହୁତ ସହଜ ଓ ସରଳ ଉପାୟରେ ତଡି ଦେଇପାରିବେ ।

1- ତେବେ ପ୍ରଥମେ କିଛି ତୁଳାକୁ ଟିକି ଟିକି ଖଣ୍ଡରେ ଛିଡାଇ ଦିଅନ୍ତୁ । ତାପରେ ସେହି ତୁଳାର ପ୍ରତ୍ଯେକଟି ଖଣ୍ଡରେ ପେପରମିଣ୍ଟ ତେଲ ଲଗାଇ ଦିଅନ୍ତୁ । ଘରର ଯେଉଁ ସ୍ଥାନରେ ମୂଷା ମାନେ ରହିଥାନ୍ତି । ସେହି ସ୍ଥାନରେ ନେଇ ପେପରମିଣ୍ଟ ଲାଗିଥିବା ତୁଳାକୁ ରଖି ଦିଅନ୍ତୁ । ଯାହା ଦ୍ଵାରା ଘରୁ ମୂଷା ମାନେ ବାହାରି ବାହାରକୁ ଚାଲିଯିବେ । କାରଣ ପେପରମିଣ୍ଟ ଅଏଲର ଗଣ୍ଡ ଏତେ କଡା ହୋଇଥାଏ । ଯେ ସେହି ଗନ୍ଧରେ ମୂଷା ମାନେ ଜମାରୁ ସେହି ସ୍ଥାନରେ ରହିପାରିବେ ନାହିଁ ।

2- ଦିତୀୟ ଉପାୟଟି ହେଉଛି କିଛି ଲଙ୍କାଗୁଣ୍ଡନେଇ ତାହାକୁ କିଛି ଅଟାରେ ଗୋଳାଇ ଲଡୁ ପ୍ରସ୍ତୁତ କରି ଦିଅନ୍ତୁ । ମୂଷା ରହୁଥିବା ବା ମୂଷାକୁ ଯେଉଁ ସ୍ଥାନରେ ଯିବାଆସିବା କରିବାର ଦେଖୁଥାନ୍ତି । ସେହି ଜାଗାରେ ଲଙ୍କାହୁଣ୍ଡ ଗୋଳାଯାଇଥିବା ସେହି ଲଡୁକୁ ରଖିଦିଅନ୍ତୁ । ମୂଷାର ନାକ ସଂବେଦନଶୀଳ ହୋଇଥିବାରୁ ଯେତେବେଳେ ଏହି ଲଡୁକୁ ଖାଇବା ପାଇଁ ମୂଷା ମାନେ ତାହା ପାଖକୁ ଯିବେ ।

ସେତେବେଳେ ମୂଷା ମାନଙ୍କୁ ଲଙ୍କାର ଗନ୍ଧ ବିତାଡିତ କରିପକାଇବ । ଯାହା ଦ୍ଵାରା ମୂଷା ମାନେ ପ୍ରାଣବିକଳରେ ସେହି ଘରୁ ପଳାଇ ଆସିବେ । ହେଲେ ଏହି ଉପାୟ ଠାରୁ ପିଲା ମାନଙ୍କୁ ଦୂରରେ ରଖି ସାବଧାନପୂର୍ବକ କରିବେ ।

3- ତୃତୀୟରେ 4 ରୁ 5 ଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ସମୟରେ ତାହାକୁ ଜଳାଇ ଦିଅନ୍ତୁ । କିଛି ସମୟ ପାଇଁ କବାଟ ଓ ଝରକା ବନ୍ଦ କରି ଦିଅନ୍ତୁ । ତେଜପତ୍ରର ତୀବ୍ର ଗନ୍ଧ ସହିନପାରି ମୂଷା ମାନେ ସେହି ଘରୁ ପଳାୟନ କରିବେ । ତେଜପତ୍ର ଗନ୍ଧରେ ମୂଷା ସହ ମଶା, ମାଛି ମଧ୍ୟ ଘରୁ ପଳାଇଯିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button