IBN ଓଡ଼ିଶା ବ୍ୟୁରୋ

ପିରିୟଡ୍ ବେଳେ ଅଧିକ କି କମ୍ ରକ୍ତସ୍ରାବ ହେଉଛି କି ! ଜାଣନ୍ତୁ ଏହାର କାରଣ ଓ ନିରାକରଣ

ମହିଳା ମାନଙ୍କର ଋତୁସ୍ରାବ ବା ପିରିୟଡ୍ସ ଶରୀରର ଏକ ସାଧାରଣ ପ୍ରକ୍ରିୟା ଅଟେ । ପିରିୟଡ୍ସ ବେଳେ ମହିଳା ମାନଙ୍କର ଅଧିକ କି କମ ରକ୍ତସ୍ରାବ ହୋଇଥାଏ । ଅନେକ ମହିଳାଙ୍କର ପିରିୟଡ୍ ବେଳେ ଅନିୟମିତତା ମଧ୍ୟ ଦେଖାଯାଇଥାଏ । ତେବେ ଏହିଭଳି ପିରିୟଡ୍ ସହ ସମ୍ପର୍କିତ କିଛି କଥା ଉପରେ ଆଜି ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କ ମୁହଁରୁ ଶୁଣିବା । ମହିଳାଙ୍କର ଋତୁସ୍ରାବ ହେଲେ 3 ରୁ 5 ଦିନ ବ୍ଲିଡିଙ୍ଗ ହୋଇଥାଏ । ଯଦି କୌଣସି ମହିଳାଙ୍କର 7 ରୁ 8 ଦିନ ପର୍ଯ୍ୟନ୍ତ ଲଗାତର ହେଭି ବ୍ଲିଡିଙ୍ଗ ହେଉଥାଏ ।

ପିରିୟଡ୍ ସମୟରେ କିଛି ମହିଳାଙ୍କର ସିଭିୟର ପେନ ମଦ୍ୟ ହୋଇଥାଏ । ପିରିୟଡ୍ସ ଆରମ୍ଭ ହେବା ମାତ୍ରେ କିଛି ଜଣଙ୍କର ମୁଣ୍ଡ ବିନ୍ଧା, ହାତଗୋଡ ବିନ୍ଧା, ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ହେଲେ ଯଦି ଏସବୁ ହେବା ଭିତରେ କୌଣସି ଏସବୁକୁ ଅଧିକ ପରିମାଣରେ ହେଉଥିବାର ଦେଖିବାକୁ ପାଇଥାନ୍ତି ।  ତେବେ ସେଠାରେ ଆବନର୍ମାଲ ପିରିୟଡ୍ସ ହେଉଛି ବୋଲି ଜଣାପଡେ ।

ଯଦି କୌଣସି ମହିଳାଙ୍କ ବହୁତ ଅଧିକ କିମ୍ବା ବହୁତ କମ ବ୍ଲିଡିଙ୍ଗ ହେଉଥାଏ । ତେବେ ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇଯିବା ଦରକାର । ତେବେ ଡାକ୍ତରଙ୍କ କହିବା ମୁତାବିକ ଶରୀରରେ କୌଣସି ପ୍ରକାର ହାର୍ମୋନାଲ ଇମବାଲାନ୍ସ ହେଲେ ପିରିୟଡ୍ ରିଲେଟେଡ଼ ଅନେକ ପ୍ରକାର ସମସ୍ଯା ଦେଖାଦେଇଥାଏ ।

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ ପ୍ରଥମେ ଟେଷ୍ଟ କରି ତାହାର କାରଣ ଜାଣିବାକୁ ଚେଷ୍ଟା କରିଥାନ୍ତି । ଅଲ୍ଟ୍ରାସଉଣ୍ଡ କରି ମଧ୍ୟ ଏହାର କାରଣ ଜାଣିବାକୁ ଚେଷ୍ଟା କରାଯାଇଥାଏ । ଟେଷ୍ଟ କରିବା ପରେ ପିରିୟଡ୍ସ ଆବନରମାଲିଟି ହେବାର କାରଣ ଜାଣି ଚିକିତ୍ସା କରାଯାଇଥାଏ । ଏପରି କିଛି ପିରିୟଡ୍ସ ପ୍ରୋବ୍ଲେମ ରିଲେଟେଡ଼ କେସରେ ଗାଇନୋକଲୋଜି କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଅଭାରିୟାନ କ୍ୟାନ୍ସର ହେବାର ମଧ୍ୟ ଅନେକଙ୍କ ଠାରେ ଦେଖାଯାଇଛି । ତେଣୁ କେଉଁ ବୟସରେ କାହାର ପିରିୟଡ୍ କୁ ନେଇ କଣ ସମସ୍ଯା ରହୁଛି ? ତାହାକୁ ଆଧାର କରି ହିଁ ପିରିୟଡ୍ସ ପ୍ରୋବ୍ଲେମ ଠିକ କରାଯାଇଥାଏ । 25 ରୁ 35 ବର୍ଷର ମହିଳା ମାନଙ୍କର କମ ବ୍ଲିଡିଙ୍ଗ ହେବାର ମୁଖ୍ୟତଃ ପ୍ରେଗନେନ୍ସି କାରଣ ରହିଥାଏ । ଯଦି କମ ବର୍ଷ ଝିଅ ମାନଙ୍କର ପିରିୟଡ୍ କୁ ନେଇ କିଛି ଅନିୟମିତତା ଦେଖାଯାଉଥାଏ ।

ତେବେ ସେମାନଙ୍କ ଠାରେ ହାର୍ମୋନାଲ ଇମବାଲାନ୍ସ, ଥାଇରଏଡ୍ସ ପ୍ରୋବ୍ଲେମ ଭଳି ସମସ୍ଯା ଥାଇ ପରେ । ଯାହାକୁ ଆଧାର କରିକି ସେହି ଅନୁଯାଇ ପିରିୟଡ୍ସ ପ୍ରୋବ୍ଲେମ ଠିକ କରାଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button