ରାଜ୍ୟ

ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ଚଢ଼ାଉ କଲା ଅବକାରୀ ବିଭାଗ – Ibnodisha

[ad_1]

ସୁନ୍ଦରଗଡ : ଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ ଚଢ଼ାଉ କରି ଜବତ କଲା କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ଦୁଇଶହ ଲିଟର ଦେଶୀ ମଦ। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ। ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଅବକାରୀ ବିଭାଗ କୌଣସି ସୂତ୍ରରେ ଖବର ପାଇଥିଲା। ଗତକାଲି କୋଇଡା ଅବକାରୀ ବିଭାଗ ଲହୁଣୀପଡା ଅବକାରୀ ବିଭାଗ ଓ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଓ ଚମ୍ପୁଆ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲା। ଅବକାରୀ କର୍ମଚାରୀଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ମଦ ମାଫିଆ। ପରେ ଅବକାରୀ ବିଭାଗ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ ଜବତ କରିଥିଲା। ଏହାସହ ମଦ ପୋଚ ନଷ୍ଟ କରିଥିଲା। ଜଙ୍ଗଲରେ ମଦ ପ୍ରସ୍ତୁତ ପଛରେ ଏକ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏହାର ଚେର ବାହାର ରାଜ୍ୟ ପର‌୍ୟ୍ୟନ୍ତ ଲମ୍ବିଛି କି ନାହିଁ ତାହା ତଦନ୍ତ କରୁଛି ଅବକାରୀ ବିଭାଗ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button